www.samajalive.in
Saturday, December 6, 2025
15.1 C
Bhubaneswar

ବାଦୁଡ଼ିଙ୍କୁ ପୂଜା କରନ୍ତି ଗ୍ରାମବାସୀ

ସମାଜ ଡିଜିଟାଲ ଡେସ୍କ: ଦେଶର ବିଭିନ୍ନ ସ୍ଥାନରେ ବାଦୁଡ଼ି ରହିଛନ୍ତି। କେତେକ ସ୍ଥାନରେ ବାଦୁଡ଼ିଙ୍କୁ ଅଶୁଭ ବୋଲି ବିବେଚନା କରାଯାଏ। ତେବେ ବିହାର ମୁଜାଫରପୁର ଜିଲା ଅନ୍ତର୍ଗତ ଛପରା ଗାଁର ବାସିନ୍ଦା ବାଦୁଡ଼ିଙ୍କୁ ପୂଜା କରିଥାନ୍ତି। ଏହି ଗାଁ ନିକଟରେ ଥିବା ଗଛରେ ବହୁସଂଖ୍ୟକ ବାଦୁଡ଼ି ରହିଛନ୍ତି। ଗ୍ରାମବାସୀଙ୍କ ଅନୁଯାୟୀ ବାଦୁଡ଼ି ହେଉଛନ୍ତି ଏହି ଗାଁର ରକ୍ଷକ। ଯଦି କୌଣସି ବ୍ୟକ୍ତି ବାଦୁଡ଼ିଙ୍କୁ ମାରିଥାଏ କିମ୍ବା ହଇରାଣ କରେ ତେବେ ସମଗ୍ର ଗାଁକୁ ବିପତ୍ତି ପଡ଼ିଥାଏ। ଏପରି କରିଥିବା ବ୍ୟକ୍ତିର ଘରେ ବେମାରୀ, କଳିଝଗଡ଼ା ଓ ଆର୍ଥିକ କ୍ଷତି ହୋଇଥାଏ। ଏହି ଗାଁର ବୟସ୍କବ୍ୟକ୍ତିଙ୍କ କହିବାନୁଯାୟୀ ପ୍ରାୟ ଛଅଶହ ବର୍ଷ ପୂର୍ବେ ମେଘ ରାୟ ନାମକ ଜଣେ ବ୍ୟକ୍ତି ଏହି ଗାଁର ସ୍ଥାପନା କରିଥିଲେ। ତାଙ୍କର ୪ ପୁଅ ଥିଲେ। ଧୀରେଧୀରେ ତାଙ୍କ ବଂଶ ବିସ୍ତାର ହୋଇଥିଲା। ସେହି ସମୟରୁ ଗାଁ ନିକଟରେ ଥିବା ଗଛରେ ବାଦୁଡ଼ି ରହି ଆସୁଥିଲେ। ତେବେ ପ୍ରାୟ ଅଢ଼େଇଶହ ବର୍ଷ ତଳେ ଜଣେ ବ୍ୟକ୍ତି ବାଦୁଡ଼ିଙ୍କୁ ଗାଁରୁ ଅନ୍ୟତ୍ର ଘଉଡାଇ ଦେଇଥିଲା।

ବାଦୁଡ଼ିମାନେ ଅନ୍ୟତ୍ର ଚାଲିଯିବା ପରେ ଗାଁରେ ଅକାଳ ପଡ଼ିଥିଲା, ଗ୍ରାମବାସୀ ନାନା ରୋଗରେ ପଡ଼ିଥିଲେ ଏବଂ ଚାରିଆଡ଼େ ସଙ୍କଟ ସୃଷ୍ଟି ହୋଇଥିଲା। ସଙ୍କଟ ଦୂର କରିବାକୁ ଗ୍ରାମବାସୀ ପଣ୍ଡିତଙ୍କ ଦ୍ବାରା ପୂଜାର୍ଚ୍ଚନା କରାଇଥିଲେ। ଏହାବ୍ୟତୀତ ଯେଉଁ ଅଞ୍ଚଳକୁ ବାଦୁଡ଼ିମାନେ ଚାଲି ଯାଇଥିଲେ ସେଠାକୁ ଯାଇ ପୂଜା କରିବା ସହ ପୁନର୍ବାର ଗାଁକୁ ଫେରି ଆସିବାକୁ ବାଦୁଡ଼ିଙ୍କୁ ପ୍ରାର୍ଥନା କରିଥିଲେ। କିଛିସମୟ ପରେ ବାଦୁଡ଼ିମାନେ ଛପରା ଗାଁକୁ ଫେରି ଆସିଥିଲେ। ସେବେଠାରୁ ଏହି ଗାଁରେ ବାଦୁଡ଼ିଙ୍କୁ ଦେବତା ମାନ୍ୟତା ପ୍ରଦାନ କରାଯିବା ସହ ପୂଜାର୍ଚ୍ଚନା ହେଉଛି। ଏହି ଗାଁ ନିକଟ ଗଛରେ ପାଖାପାଖି ୫୦ ହଜାର ବାଦୁଡ଼ି ଅଛନ୍ତି। ଗ୍ରାମବାସୀଙ୍କ ଦ୍ବାରା ବାଦୁଡ଼ିଙ୍କୁ ପୂଜାର୍ଚ୍ଚନା କରାଯିବା ଘଟଣା ଗଣମାଧ୍ୟମରେ ପ୍ରଚାର ହେବା ପରେ ବହୁସଂଖ୍ୟକ ପର‌୍ୟ୍ୟଟକ ଏଠାକୁ ଆସୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories