www.samajalive.in
Monday, December 15, 2025
16.1 C
Bhubaneswar

ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଚୟନ ସମ୍ପର୍କିତ ସ୍ୱତନ୍ତ୍ର ସମିତି ବୈଠକ

ପାତ୍ରପୁର : ପାତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଗୁରୁବାର ଦିନ ପଞ୍ଚାୟତ ସମିତି ବୈଠକ ଅଧ୍ୟକ୍ଷା ୱାଇ ସଞ୍ଜୁକ୍ତା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ହୋଇଥିଲା ।  ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ ଦେଇଥିବାବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ, ଅତିରିକ୍ତ ତହସିଲଦାର ଦୀଲିପ କୁମାର ଦେହୁରୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ,ସହକାରୀ ନିର୍ବାହୀ ଯନ୍ତ୍ରୀ ଘନଶ୍ୟାମ ଡାକୁଆ ଉପସ୍ଥିତ ରହି ମଞ୍ଚାସୀନ ଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଓ ପ୍ରଦୀପ ପ୍ରଜ୍ବଳନ କରି ବୈଠକର ଶୁଭାରମ୍ଭ କରାଯାଇଥିଲା। ପରେ ଜିପିଓ ପୂର୍ବ ବିବରଣୀ ପାଠ କରିଥିବାବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଚୟନ ସମ୍ପର୍କିତ ବିଷୟରେ ଉପସ୍ଥିତ ପିଆରଆଇ ମେମ୍ବର ମାନଙ୍କୁ ଅବଗତ କରାଇଥିଲେ। ବିଧାୟକ ସାମନ୍ତରା ଉପସ୍ଥିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ କାର୍ଯ ନିର୍ବାହୀ ଅଧିକାରୀ ମାନଙ୍କୁ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଥିଲେ। ଏପରିକି ଦୁର୍ଗମ କୋଡିଏ ଗୋଟି  ଗ୍ରାମର ଲୋକଙ୍କ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ଠିକ ସମୟରେ ପ୍ରଦାନ ହେଉନଥିବା ବେଳେ ସେଥି ପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବା ସମ୍ପର୍କରେ ନିର୍ଦ୍ଦେଶ ଦେବା ସହ ଅଞ୍ଚଳରେ ସରକାରଙ୍କ ଦ୍ଵାରା ନିଆ ଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ କହିବା ସହ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସମସ୍ତେ ମିଳିମିଶି କାର୍ଯ୍ୟ କଲେ ପାତ୍ରପୁର ବ୍ଳକ ର ଲୋକମାନଙ୍କ  ଉପକୃତ ହୋଇ ପାରିବେ ବୋଲି କହିଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସିଡିପିଓ ନମିତା ପଣ୍ଡା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ସମ୍ବିଦ ବେଗରାୟଙ୍କ ସହ ସମସ୍ତ ଲାଇନ ବିଭାଗ ଅଧିକାରୀ, ଉପସ୍ଥିତ ଥିଲେ ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories