www.samajalive.in
Thursday, December 11, 2025
16.1 C
Bhubaneswar

ଅବକାରୀ ବିଭାଗ ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ଚଢଉ

ବଲାଙ୍ଗିର: ଆକ୍ସନ ମୁଡରେ ବଲାଙ୍ଗିର ଭିଜିଲାନ୍ସ। କିଛି ଦିନ ତଳେ ବଲାଙ୍ଗିର କେନ୍ଦ୍ର ସମବାୟ ବ୍ୟାଙ୍କର ଭାରପ୍ରାପ୍ତ ସଂପାଦକ ଅଶୋକ ମହାପାତ୍ରଙ୍କ ଘରେ ଚଢଉ କରାଯାଇଥିଲା। ଏହାକୁ ନେଇ ଆୟ ବହିର୍ଭୁତ ସଂପତି ଠୁଳ କରିଥିବା ଲୋକଙ୍କ ମଧ୍ୟରେ ଛନକା ପଶିଥିଲା। ଆଜି ସକାଳେ ବଲାଙ୍ଗିର ପ୍ୟାଲେସ୍‍ ଲାଇନ୍‍ ଇଚ୍ଛାପଡ଼ାରେ ରହୁଥିବା ବଲାଙ୍ଗିର ଜିଲା ଅବକାରୀ ବିଭାଗ ମୁଖ୍ୟ କାର୍ୟ୍ୟାଳୟର ମୁଖ୍ୟ କିରାଣି ତ୍ରିନାଥ ସେଠଙ୍କ ଘର, ପୈତୃକ ବାସ ଭବନ ସହ ଅଫିସରେ ଆୟ ବହିର୍ଭୁତ ମାମଲାରେ ଚଢଉ କରାଯାଇଛି। ପ୍ରାଥମିକ ଆକଳନ ଅନୁସାରେ କୋଟିଏରୁ ଉର୍ଦ୍ଧ ସଂପତ୍ତି ଶ୍ରୀ ସେଠ ଠୁଳ କରିଥିବା ଭିଜିଲାନ୍ସ ବିଭାଗ ହିସାବ କରିଛି। ଆଉ କ’ଣ କ’ଣ ରହିଛି ତାହା ଖୋଳତାଡ ଜାରି ରଖିଛି ଭିଜିଲାନ୍ସ ବିଭାଗ।
ଶୁକ୍ରବାର ସକାଳେ ଭିଜିଲାନ୍ସ ବିଭଗର ଡିଏସ୍ପିଳ ଦିଲୀପ କର, ପରମେଶ୍ୱର କିଷାନ, କାଦମ୍ବିନୀ ସାମଲ, ଇନ୍ସପେକ୍ଟର ସଦାନନ୍ଦ ପାଣି, ଅଭୟ ପ୍ରଧାନଙ୍କ ସହ ଭିଜିଲାନ୍ସର ଅନ୍ୟ କର୍ମଚାରୀମାନେ ମୁଖ୍ୟ କିରାଣି ଶ୍ରୀ ସେଠଙ୍କ ଇଚ୍ଛାପଡ଼ା, ନୂଆପଡ଼ା ଗାଁ ସ୍ଥିତ ଘର ଓ ମହିଳା ମହାବିଦ୍ୟାଳୟ ଛକରେ ଥିବା କାର୍ୟ୍ୟାଳୟରେ ଚଢଉ କରିଥିଲେ। ମିଳିଥିବା ତଥ୍ୟ ଅନୁସାରେ, ଇଚ୍ଛାପଡ଼ାରେ ଥିବା ଘରର ମୂଲ୍ୟ ୩୪ ଲକ୍ଷ ଟଙ୍କା ଆକଳନ କରାଯାଇଛି। ଘରେ ଥିବା ଆସବାବପତ୍ରର ମୂଲ୍ୟ ପ୍ରାୟ ସାଢେ ୭ ଲକ୍ଷ ଟଙ୍କା ହୋଇଥିବା ବେଳେ ବୋଲେରୋ, ବୁଲେଟ, ସ୍କୁଟି ଭଳି ଗାଡି ରହିଛି। ଏହାର ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ଆକଳନ କରାଯାଇଛି ଭିଜିଲାନ୍ସ ପକ୍ଷରୁ। ସେହିପରି ବ୍ୟାଙ୍କ ଓ ବୀମା ବାବଦରେ ୩୦ଲକ୍ଷରୁ ଉର୍ଦ୍ଧ ଟଙ୍କା ଶ୍ରୀ ସେଠ ରଖିଥିବା ବେଳେ ୨ଲକ୍ଷ ଟଙ୍କାର ସୁନାଗହଣା ରହିଛି। ଘରୁ ନଗଦ ୭୫ ହଜାର ଟଙ୍କା ମିଳିଥିବା ବେଳେ ସହରର ବିଭିନ୍ନ ସ୍ଥାନରେ ୪ଟି ପ୍ଲଟ ରହିଛି। ଯାହାର ସରକାରୀ ଆକଳନ ୬ ଲକ୍ଷ ଟଙ୍କା ରହିଛି। ଏହି ଭଳି ଭାବେ ପ୍ରାୟ କୋଟିଏ ଟଙ୍କାରୁ ଉର୍ଦ୍ଧ ସଂପତି ଶ୍ରୀ ସେଠଙ୍କ ନାଁରେ ରହିଛି। ତେବେ ତାଙ୍କ ପତ୍ନୀ ସୀତାରାଣୀ ସେଠ ମଧ୍ୟ ବିଦ୍ୟୁତ ବିଭାଗରେ କାର୍ୟ୍ୟରତ। କାଗଜପତ୍ର ଯାଞ୍ଚ ପାଇଁ ଭିଜିଲାନ୍ସ ଅଧିକାରୀମାନେ ବିଦ୍ୟୁତ ବିଭାଗ କାର୍ୟ୍ୟାଳୟକୁ ମଧ୍ୟ ଯାଇଥିବା ଜଣାପଡିଛି। ପ୍ରାଥମିକ ଆକଳନ ଅନୁସାରେ କୋଟିଏରୁ ଉର୍ଦ୍ଧ ଟଙ୍କା ରହିଥିବ କୁହାଯାଉଥିବା ବେଳେ ଆହୁରି ଆକଳନ ବାକି ରହିଛି। ସେ ହିସାବ କରାଯିବା ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଅବକାରୀ ବିଭାଗ ମୁଖ୍ୟ କାର୍ୟ୍ୟାଳୟରେ ମୁଖ୍ୟ କିରାଣି ଭାବେ କାର୍ୟ୍ୟରତ ଶ୍ରୀ ସେଠଙ୍କ ନାଁରେ ଆୟ ବହିର୍ଭୁତ ସଂପତି ଠୁଳ ନେଇ ଭିଜିଲାନ୍ସ ବିଭାଗ ପାଖରେ ବହୁ ପୂର୍ବରୁ ଅଭିଯୋଗ ହୋଇଥିବା ଜଣାପଡିଛି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories