ମୁମ୍ବଇ : ପାକିସ୍ତାନ ସଦା ସର୍ବଦା ଭାରତର ଶକ୍ତି ଓ କ୍ଷମତାର ଭୁଲ୍ ଆକଳନ କରି ଆସିଛି । ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ବି.ଏସ୍ ଧନୱା ଏହା କହିଛନ୍ତି। ସେହିପରି ପାକିସ୍ତାନ ସର୍ବଦା ଭାରତର ଜାତୀୟ ନେତୃତ୍ୱକୁ ମଧ୍ୟ ହେୟଜ୍ଞାନ କରିଆସିଛି। ବାଲାକୋଟ୍ ବିମାନ ଆକ୍ରମଣ ସମୟରେ ମଧ୍ୟ ପାକିସ୍ତାନ ଏଭଳି କରିଥିଲା ବୋଲି ସେ କହଇଛନ୍ତି।
ମୁମ୍ବଇରେ ଇଣ୍ଡିଆ ଟୁଡେ୍ କନ୍କ୍ଲେଭ୍ରେ ଉଦ୍ବୋଧନ ଦେବା ଅବସରରେ ଏୟାର ମାର୍ଶାଲ୍ ଧନୱା ଏହା କହିଛନ୍ତି। ସେ କହିଛନ୍ତି ୧୯୬୫ ଯୁଦ୍ଧ ସମୟରେ ପାକିସ୍ତାନ ଏଭଳି ଲାଲ୍ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ହେୟଜ୍ଞାନ କରିଥିଲେ। ସେ ଲାହୋର ପର୍ଯ୍ୟନ୍ତ ଚାଲିଯାଇପାରିବେ ବୋଲି ସେମାନେ କେବେ ଆଶା କରିନଥିଲେ ଏବଂ ଶେଷରେ ସେମାନେ ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ। କାର୍ଗିଲ୍ ଯୁଦ୍ଧ ସମୟରେ ମଧ୍ୟ ଭାରତ ତାର ସୈନ୍ୟମାନଙ୍କୁ ଏତେ ଦୂରକୁ ନେଇପାରିବ, ବୋଫର୍ସ ବନ୍ଧୁକର ବ୍ୟବହାର କରିପାରିବ ଏକଥାକୁ ପାକିସ୍ତାନ ହେୟଜ୍ଞାନ କରିଥିଲା। ଏହି ଯୁଦ୍ଧ ସମୟରେ ଭାରତ ବିମାନ ବାହିନୀକୁ କାର୍ଯ୍ୟରେ ଲଗାଇ ପାରିବ ଓ ନିଜର ସୈନ୍ୟମାନଙ୍କୁ ସୁରକ୍ଷା ଦେଇପାରିବ ବୋଲି ପାକିସ୍ତାନ ଆଶା କରିନଥିଲା।
ବିମାନ ବାହିନୀ ମୁଖ୍ୟ କହିଛନ୍ତି, ପାକିସ୍ତାନ ସର୍ବଦା ଆମ ଶକ୍ତି ଓ କ୍ଷମତାର ଭୁଲ୍ ଆକଳନ କରି ଆସିଛି। ସେ କହିଛନ୍ତି ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଭାବିଥିଲା ଭାରତ ବାଲାକୋଟ୍ ଭଳି ଆକ୍ରମଣ ପାଇଁ ଅନୁମତି ଦେବ ନାହିଁ।
ସୂଚନାଯୋଗ୍ୟ ଚଳିତ ମାସ ୩୦ ତାରିଖରେ ଏୟାର ମାର୍ଶାଲ୍ ଧନୱା ଅବସର ନେଉଛନ୍ତି। ତାଙ୍କ ସ୍ଥାନରେ ଏୟାର ମାର୍ଶାଲ୍ ରାକେଶ କୁମାର ସିଂହ(ଆରକେଏସ) ଭଦୌରିଆ ଭାରତୀୟ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ହେବେ।



