www.samajalive.in
Tuesday, December 9, 2025
15.1 C
Bhubaneswar

ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିବା ପରେ ଏମଭିଆଇଙ୍କର ୨୭ ପ୍ଲଟ୍ ଠାବ

ନୟାଗଡ଼: ନୟାଗଡ ଏମଭିଆଇ ପଞ୍ଚାନନ ବେହେରା ଭିଜିଲାନ୍ସ ଜାଲରେ ପଡିଛନ୍ତି । ମଙ୍ଗଳବାର ସକାଳୁ ଭିଜିଲାନ୍ସ ର ୫ ଜଣିଆ ଟିମ୍ ପଞ୍ଚାନନଙ୍କ ଘରେ ଚଢଉ ଜାରି ରଖିଥିଲା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ରେଡ୍ କରାଯାଇଥିଲା। ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିବା ପରେ ପଞ୍ଚାନନଙ୍କର ୨୭ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ।

ଭୁବନେଶ୍ବରରେ ୧୦ଟି ବେନାମୀ ପ୍ଲଟ୍ ସମେତ ମୋଟ୍ ୨୭ଟି ପ୍ଲଟ୍ ଠାବ କରାଯାଇଛି। ୪ଟି ବେନାମୀ ଚାରି ଚକିଆ ଗାଡି ସହ ଅନ୍ୟ ସମ୍ପତ୍ତି ମଧ୍ୟ ଠାବ କରାଯାଇଛି। ଭୁବନେଶ୍ବରରେ ଥିବା ଭଡାଘର , ୩ଟି ପୈତୃକ ଘର , କଟକ ସାଲେପୁରରେ ଥିବା ପୈତୃକ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢାଉ କରାଯାଇଥିଲା ।  ସେହିପରି ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ଓ ଭୁବନେଶ୍ୱର ପାଣ୍ଡରାରେ ଥିବା ସଂପର୍କୀୟଙ୍କ ଘରେ ମଧ୍ୟ  ଟିମ୍ ଚଢ଼ାଉ କରିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories