www.samajalive.in
Saturday, December 6, 2025
14.1 C
Bhubaneswar

ଲାଞ୍ଚ ନେଇ ଫସିଲେ କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ଼ ରୁମ୍‍ ଇନ୍‍ଚାର୍ଜ

ବ୍ରହ୍ମପୁର: କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ଼ ରୁମ୍‍ ଇନ୍‍ଚାର୍ଜ ଅଶୋକ କୁମାର ପଟ୍ଟନାୟକଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି। ଜଣେ ବ୍ୟକ୍ତିଙ୍କୁ ତାଙ୍କର ପୁରୁଣା ଜମି ନଥିପତ୍ର ଯୋଗାଇଦେବା ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ହାତରେ ଧରାପଡ଼ିଛନ୍ତି। ଏହାସହିତ ତାଙ୍କ ସରକାରୀ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରଖିଛି।

ମିଳିଥିବା ସୂଚନା ମୁତାବକ, ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ବିଳାସପୁର ଗ୍ରାମର ଲଳିତ କୁମାର ସାହୁଙ୍କ ତାଙ୍କର ଏକ ପୁରୁଣା ଜମି ନଥିପତ୍ର ଦେବା ପାଇଁ ଅଶୋକ ୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ଲଳିତଙ୍କଠାରୁ ଲାଞ୍ଚ ଟଙ୍କା ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଚଢାଉ କରି ଟଙ୍କା ଜବତ କରିବା ସହ ଅଶୋକଙ୍କୁ ଗିରଫ କରିଛି ଭିଜିଲାନ୍ସ।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories