www.samajalive.in
Saturday, December 6, 2025
16.1 C
Bhubaneswar

ଭିଜିଲାନ୍ସ ଜାଲରେ ବାଙ୍କି ଫରେଷ୍ଟର

ରାଉରକେଲା : ଏକ ଗାଡ଼ି ଛାଡ଼ିବା ପାଇଁ ଗାଡ଼ି ମାଲିକ ଠାରୁ ୧୦ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବାଙ୍କି ଫରେଷ୍ଟର। ପ୍ରାପ୍ତ ସୂଚନା ଅନୁସାରେ ଅକ୍ଟୋବର ୨୬ ତାରିଖରେ ବାଙ୍କି ଫରେଷ୍ଟର ବିଜୟ କୁମାର କୋଠି ଏକ କାଠ ବୋଝଇ ୪୦୭ ଗାଡ଼ିକୁ ଜବତ କରିଥିଲେ।  ଏହି ଗାଡ଼ିକୁ ନେବା ପାଇଁ ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁଚେଇତାର ବାସିନ୍ଦା ଥିବା ଗାଡ଼ି ମାଲିକ ରାଜୁ ନାଗ ଫରେଷ୍ଟର ପାଖକୁ ବାରମ୍ବାର ଦୌଡୁଥିଲେ। ଫରେଷ୍ଟର ଗାଡ଼ି ଛାଡ଼ୁନଥିଲା। କିନ୍ତୁ ୧୦ ହଜାର ଟଙ୍କା ମିଳିଲେ ଏହି ଗାଡ଼ି ଛାଡ଼ିଦେବ ବୋଲି ଫରେଷ୍ଟର କହୁଥିବା ସମ୍ପର୍କରେ ଗାଡ଼ି ମାଲିକ ରାଜୁ ନାଗ ଭିଜିଲାନ୍ସବିଭାଗ ନିକଟରେ ଅଭିଯୋଗ କରିଥିଲେ। ଫଳରେ ଯୋଜନା ଅନୁସାରେ ଆଜି ଗାଡ଼ି ମିଲିକ ରାଜୁ ନାଗ ଠାରୁ ଫରେଷ୍ଟର ବିଜୟ କୁମାର କୋଠି ୧୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଅତର୍କିତ ଚଢଉ କରି ଫରେଷ୍ଟରକୁ ଗିରଫ କରିବା ସହିତ ଏହି ଲାଂଚ ଅର୍ଥକୁ ଜବତ କରାଯାଇଛି। ଏହା ସହିତ ବିଭାଗ ପକ୍ଷରୁ ଫରେଷ୍ଟରଙ୍କ ବାଙ୍କି ସ୍ଥିତ ଘର ତଥା କାର୍ଯ୍ୟାଳୟ ଓ ସୁନ୍ଦରଗଡ଼ର କେନ୍ଦୁଆପଦାରେ ଥିବା ପୈତୃକ ବାସଭଭନରେ ଚଢାଉ କରାଯାଇଛି। ରାଉରକେଲା ଭିଜିଲାନ୍ସ ପକ୍ଷରୁ କେଶ ନଂ ୩ ତାରିଖ ୧୮.୧୧.୨୦୨୦ ଓ ଅଣ୍ଡରସେକ୍ସନ ୭ପେନାଲ କୋର୍ଡ, ଆଇନ ୨୦୧୮ରେ ମାମଲା ରୁଜୁ କରାଯାଇ ଫରେଷ୍ଟରକୁ ଗିରଫ କରାଯିବା ସହିତ କୋର୍ଟ ଚାଲାଣ କରାଯାଇଛି। ରାଉରକେଲା ଭିଜିଲାନ୍ସ ଏସ.ପି.ଙ୍କ ନିର୍ଦ୍ଦେଶରେ ଏହି ଚଢଉ କରାଯାଇଥିଲା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories