www.samajalive.in
Sunday, December 7, 2025
23.1 C
Bhubaneswar

ଶିକ୍ଷୟତ୍ରୀଙ୍କ ଠାରୁ ୧.୧୨ଲକ୍ଷ ଟଙ୍କା ଝାମ୍ପିନେଲେ ଦୁବୃର୍ତ୍ତ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ଖୁଦପଶି ନିକଟରୁ ଗୁରୁବାର ଅପରାହ୍ନରେ ଜଣେ ଶିକ୍ଷୟତ୍ରୀଙ୍କ ଠାରୁ ୧ଲକ୍ଷ ୧୨ ହଜାର ଟଙ୍କା ଦୁବୃର୍ତ୍ତ ମାନେ ଝାମ୍ପି ନେଇଥିବା ଜଣାଯାଇଛି। ସାନନେଉଳି ଗ୍ରାମର ଲଳିତା ନାଏକ ନିଜର ସ୍କୁଟି ( ଓଡି ୦୯ ଏସ୍‍-୨୭୧୪) ଯୋଗେ ଉଖୁଣ୍ଡା ସ୍ଥିତ ଷ୍ଟେଟ ବ୍ୟାଙ୍କରୁ ନିଜ ଝିଆରୀ ବାହାଘର ନିମନ୍ତେ ଟଙ୍କା ଉଠାଇବା ପାଇଁ ଆସିଥିଲେ। ଲଳିତା ନାଏକ ବ୍ୟାଙ୍କରୁ ୧ଲକ୍ଷ ୧୨ ହଜା ଟଙ୍କା ଉଠାଇବା ପରେ ନିଜ ଭ୍ୟାନିଟିରେ ରଖି ସାନନେଉଳି ଗ୍ରାମକୁ ଯାଉଥିବା ସମୟରେ ଖୁଦପଶି ନିକଟସ୍ଥ ବୁଲାଣୀରେ ପହଞ୍ଚି ଥିବା ସମୟରେ ଦୁଇଟି ବାଇକରେ ଆସି ୪ ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ଲଳିତା ଭୟଭିତ ହୋଇଯାଇଥିଲେ ଏବଂ ଲଳିତା ଟଙ୍କା ରଖିଥିବା ଭ୍ୟାନିଟିକୁ ଝାମ୍ପି ନେଇ ଗାଡିକୁ ବୁଲାଇ ଦ୍ରୁତ ଗତିରେ ସେଠାରୁ ଚାଲି ଯାଇଥିଲେ। ଶିକ୍ଷୟତ୍ରୀ ଜଣକ ଏ ସମ୍ପର୍କରେ ଫୋନ ଯୋଗେ ବାରିଆ ଥାନା ଏବଂ ତାଙ୍କ ପରିବାରକୁ ଅବଗତ କରିଥିଲେ। ଖୁଦପଶି ଜଙ୍ଗଲ ନିକଟ ବୁଲାଣୀଟି ଏକ ନିଛାଟିଆ ସ୍ଥାନ ହୋଇଥିବାରୁ ଅନେକ ସମୟରେ ଦୁବୃର୍ତ୍ତ ମାନେ ରାସ୍ତା ଉପରେ ପଥର ପକାଇ ରାଜହାନି କରିବାର ଉଦ୍ୟମ ରଖିଥାନ୍ତି। ବାରିଆ ଥାନା ଅଞ୍ଚଳରେ ଚୋରି ଡାକାୟତୀ ହେଉଥିଲେ ମଧ୍ୟ ବାରିଆ ପୁଲିସ ଚୋରି ଡକାୟତ କାର୍ଯ୍ୟକୁ ରୋକିବା ଦିଗରେ ସଫଳ ହେଉ ନ ଥିବାରୁ ବାରିଆ ପୁଲିସ ଉପରୁ ଜନସାଧାରଣଙ୍କ ଆସ୍ଥା ଦିନକୁ ଦିନ ତୁଟି ଯାଉଛି। ବାରିଆ ଥାନା ଅଞ୍ଚଳରେ ବଢୁଥିବା ଚୋରି ଡକାୟତକୁ ରୋକିବା ଦିଗରେ ବିଭାଗ ପକ୍ଷରୁ ସ୍ୱତନ୍ତ ଭାବରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories