ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଅତିରିକ୍ତ ତହସିଲଦାର

ନୟାଗଡ : ଭିଜିଲାନ୍ସ ଜାଲରେ ଧରାପଡିଲେ ଆଉ ଜଣେ ଅଧିକାରୀ। ଭିଜିଲାନ୍ସ ଜାଲରେ ଶୁକ୍ରବାର ଗଣିଆ ଅତିରିକ୍ତ ତହସିଲଦାର ଧରାପଡିଛନ୍ତି। ଲାଞ୍ଚ ନେଇ ଅତିରିକ୍ତ ତହସିଲଦାର ବନମାଳି ପରିଡା ଧରାପଡିଛନ୍ତି। ସେ ନିଜ ସରକାରୀ କ୍ୱାର୍ଟର୍ସରେ ବାଲି ବୋଝେଇ ଟ୍ରକ ଛାଡିବାକୁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.