www.samajalive.in
Friday, December 12, 2025
15.1 C
Bhubaneswar

ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରଞ୍ଜନ ଧଳ। ବିଲ କରାଇ ଦେବାକୁ ଠିକାଦାରଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଠିକାଦାରଙ୍କ ବକେୟା ବିଲ କରାଇଦେବାକୁ କହି ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ ତାଙ୍କୁ ଧରିବାରେ ସଫଳ ହୋଇଛି।

ସହରାଞ୍ଚଳର ଠିକାଦାର ଜ୍ୟୋତିରଞ୍ଜନ ମିଶ୍ର ଦୀର୍ଘଦିନ ଧରି ବିଲ ପାଇଁ ତାଙ୍କ ନିକଟକୁ ଯିବା ସହିତ ଏ ଦିଗରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ମାତ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ୨୦ ହଜାର ନ ଦେଲେ ବିଲ ହୋଇପାରିବ ନାହିଁ ବୋଲି ସଫା ସଫା ଶୁଣାଇଦେଇଥିଲେ। ଏ ନେଇ ଶ୍ରୀ ମିଶ୍ର ଭିଜିଲାନ୍ସର ଦ୍ଵାରସ୍ଥ ହୋଇଥିବା ବେଳେ ବିଭାଗ ଜାଲ ବିଛାଇଥିଲା।

- Advertisement -

ଆଜି ସନ୍ଧ୍ୟାରେ ଉମାଦେବୀ ସାହିରେ ଥିବା କ୍ୱାର୍ଟରରେ ଶ୍ରୀ ଧଳ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଳା ଏବଂ ସେ ନେଇଥିବା ଲାଞ୍ଚ ଟଙ୍କା ଜବତ କରିଥିଲା। ଏହାପରେ ଶ୍ରୀ ଧଳଙ୍କୁ କ୍ଵାର୍ଟର ସମେତ ଏନଏସି କାର୍ଯ୍ୟଳୟ ଭଳି ବିଭିନ୍ନ ସ୍ଥାନକୁ ନେଇ ଭିଜିଲାନ୍ସ ବିଭାଗ ତନାଘନା କରୁଥିବା ଜଣାପଡିଛି।

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories