ବଣାଇ: ଜଙ୍ଗଲରୁ ମୁର୍ମୂଷୁ ଅବସ୍ଥାରେ ୨ ଭଉଣୀଙ୍କୁ ଉଦ୍ଧାର କରାଯାଇଛି। ଲହୁଣିପଡ଼ା ଥାନା ଭୂତୁଡ଼ାମୁଣ୍ଡା ବସ୍ତି ଜଙ୍ଗଲରୁ ୬ ଓ ୫ ବର୍ଷୀୟ ୨ ନାବାଳିକା ଭଉଣୀ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ୨ ନାବାଳିକା ଭଉଣୀଙ୍କର ମୁଣ୍ଡ ଓ ବେକରେ କ୍ଷତ ଚିହ୍ନ ରହିଛି।
କିଏ ସେମାନଙ୍କୁ ଆକ୍ରମଣ କରିଛି ତାହାର କାରଣ ଅସ୍ପଷ୍ଟ ରହିଛି। ଗୁରୁତର ଅବସ୍ଥାରେ ଉଦ୍ଧାର ପରେ୨ ଭଉଣୀଙ୍କୁ ରାଉରକେଲା ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।



