ସମାଜ ଡିଜିଟାଲ ଡେସ୍କ: ଏକ ଲାଞ୍ଚ ମାମଲାର ବିଚାର କରି ଭୁବନେଶ୍ଵର ଭିଜିଲାନ୍ସ କୋର୍ଟର ସ୍ଵତନ୍ତ୍ର ବିଚାରପତି ଜଣେ ପୂର୍ବତନ କନିଷ୍ଠ କିରାଣୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ଶରତ କୁମାର ରାଉତ। ସେ ଯାଜପୁର ରୋଡ ଔଷଧ ନିରୀକ୍ଷକ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। କାର୍ଯ୍ୟ ସମୟରେ ସେ ଜଣେ ବ୍ୟକ୍ତିଙ୍କୁ ଔଷଧ ଲାଇସେନ୍ସ କରାଇଦେବା ଲାଗି ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ। ଏହି ମାମଲାରେ ଭିଜିଲାନ୍ସ କୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି।



