www.samajalive.in
Saturday, December 6, 2025
16.1 C
Bhubaneswar

ନିର୍ଗୁଣ୍ଡି ଗ୍ରାମର ଡ୍ରେନ ନିର୍ମାଣରେ ନିମ୍ନମାନର,ତଦନ୍ତ ଦାବିକଲେ ଗ୍ରାମବାସୀ

କଲ୍ୟାଣସିଂହପୁର, ୨୩/୧୦/୨୫ : ନିୟମଗିରି ଘାଟି ଉପରେ ବିକାଶ ପାଇଁ ଯେ କୌଣସି କାର୍ଯ୍ୟ କଲେ ଫାଇଦା ହଁ ଫାଇଦା କହିଲେ ଭୁଲ ହେବନାହିଁ। ତେଣୁ ନିୟମଗିରି ପାହାଡ଼ର ଦୁର୍ଗମ ଗ୍ରାମ ମାନଙ୍କ ଉନ୍ନତି କରିବା ପାଇଁ ସରକାର ତତ୍ପର ପ୍ରଶାସନ ତତ୍ପର ଓ ଠିକାଦାର ବହୁତ ତତ୍ପର ବୋଲି କହିଛନ୍ତି ଡାଙ୍ଗରିଆମାନେ। ରାୟଗଡା ଜିଲ୍ଲାର ଦୁର୍ଗମ ପାହାଡିଆ ନକ୍ସଲ ଅଞ୍ଚଳ ବୋଲି କଲ୍ୟାଣସିଂହପୁର ବ୍ଲକର ପାର୍ଶାଳୀ ପଞ୍ଚାୟତର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ବର୍ତ୍ତମାନ ସେମିତି କିଛି ନକ୍ସଲ କି ଡଙ୍ଗରିଆଙ୍କ ଭୟ ନାହିଁ। କର୍ପୁର ଉଡି ଯାଇଛି କନା ରହିଯାଇଛି କହିଲେ ଭୁଲ ହେବନାହିଁ। ଏହାର ସୁଯୋଗ ନେଇ ଅଧିକାରୀମାନେ ଏହାର ଫାଇଦା ଉଠାଉଛନ୍ତି।ପ୍ରଥମେ ଉନ୍ନୟନ କାର୍ଯ୍ୟ ତଥା ରାସ୍ତା ଉନ୍ନତି ହେଲେ ଅଞ୍ଚଳର ଉନ୍ନତି ହେବ ବୋଲି ଧରାଯାଏ। ଏହି ପଞ୍ଚାୟତର ନିର୍ଗୁଣ୍ଡି ଗ୍ରାମର ଉପରେ ବର୍ଷା ଜଳକୁ ବାଟ ଦେଖାଇବା ପାଇଁ ରାସ୍ତା ସହ ଏକ ସିମେଣ୍ଟ କଂକ୍ରିଟ ଡ୍ରେନ ନିର୍ମାଣ କରୁଛି ଜଣେ ଠିକାଦାର। ଗ୍ରାମ୍ୟ ନିର୍ମାଣ (ଆରଡ଼ି )ବିଭଗର କାର୍ଯ୍ୟ। ପ୍ରାୟ ଦୁଇ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ଉକ୍ତ ଡ୍ରେନ କାର୍ଯ୍ୟରେ ଫାଉଣ୍ଡେସନ ସହ ଲୁହା ଛୋଡ, ଚିପ୍ସ ପକାଇ ଡ୍ରେନ କରିବାର ନିୟମ ରହିଛି। କିନ୍ତୁ କୌଣସି ଅଧିକାରୀ ଯନ୍ତ୍ରୀଙ୍କ ପାଦ ପଡୁନଥିବାରୁ କୋୖଣସି ସାମଗ୍ରୀ ନପକାଇ କେବଳ ମେଟାଲ ପକାଇ ଡ୍ରେନ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।ଠିକାଦାର ଡ୍ରେନ କାର୍ଯ୍ୟରେ ଯଦି ଏଭଳି କାର୍ଯ୍ୟ କରିବ ତେବେ ରାସ୍ତା ପୋଲ କର୍ଲଭେଟ କାର୍ଯ୍ୟ କଣ କରୁନଥିବ ସହଜେ ଅନୁମୟ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories