www.samajalive.in
Friday, December 5, 2025
26.1 C
Bhubaneswar

ଖଣି ଉପନିର୍ଦ୍ଦେଶକଙ୍କୁ ଗିରଫ କଲା ଭିଜିଲାନ୍ସ; ଆୟଠାରୁ ୫ଶହ ପ୍ରତିଶତ ଅଧିକ ସମ୍ପତ୍ତି ଠାବ

ସମାଜ ଡିଜିଟାଲ ଡେସ୍କ: ଭିଜିଲାନ୍ସ ଦ୍ୱାର ଗିରଫ ହୋଇଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଆୟଠାରୁ ୫ଶହ ପ୍ରତିଶତ ଅଧିକ ସମ୍ପତ୍ତି ଥିବା ଭିଜିଲାନ୍ସ କହିଛି। ଧରଣୀଧର ନାୟକଙ୍କ ୫କୋଟିର ଠାବ ହୋଇଛି। ସୋମବାର ଧରଣୀଧରଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌‌। ଚଢାଉ ବେଳେ ଭୁବନେଶ୍ୱରର ଗୋଟିଏ ଡୁପ୍ଲେକ୍ସ ଘରୁ ମିଳିଥିଲା ୯ଲକ୍ଷରୁ ଅଧିକ ଟଙ୍କା। ଏହାସହିତ ଧରଣୀଧରଙ୍କ ୧କୋଟି ୩୦ଲକ୍ଷର ଏକ ଫ୍ଲାଟ, ୨ଟି ମାର୍କେଟ କଂପଲେକ୍ସ, ୧୧ଟି ପ୍ଲଟ, ୫୩ଲକ୍ଷ ବ୍ୟାଙ୍କ ଜମା ରାଶି ଠାବ କରିଥିଲା ଭିଜିଲାନ୍ସ ଟିମ୍‌‌। ଗତକାଲି ଚଢାଉ ପରେ ସମ୍ପତ୍ତି ବିଷୟରେ ପଚରାଉଚରା କରାଯାଇଥିଲା। ହେଲେ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବାରୁ ତାଙ୍କୁ ଗିରଫ କରାଯାଇଛି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories