www.samajalive.in
Saturday, December 13, 2025
27.1 C
Bhubaneswar

ଓଜନ କମାଇଲା ଭିଡିଓ ଗେମ୍‌!!

ଗୋଟିଏ ଜାଗାରେ ବସି ଭିଡିଓ ଗେମ୍‌ ଖେଳିଲେ ଓଜନ ବଢିଯାଏ ବୋଲି କହନ୍ତି। ହେଲେ, ଏଠାରେ ଭିଡିଓ ଗେମ୍‌ ଓଜନ କମାଇଥିବା କଥା ଶୁଣି ଆଶ୍ଚର୍ଯ୍ୟ ଲାଗୁନାହିଁ କି! ଫିଲିପାଇନ୍‌ସର ଜଣେ ଯୁବକ ଦାବି କରିଛନ୍ତି ଯେ ଭିଡିଓ ଗେମ୍‌ ଖେଳିବା ଦ୍ବାରା ମାତ୍ର ଗୋଟିଏ ମାସରେ ତାଙ୍କ ଓଜନ ୯କିଲୋଗ୍ରାମ ପର୍ଯ୍ୟନ୍ତ କମିଯାଇଛି। ଗ୍ରାଫିକ୍‌ସ ଆର୍ଟିଷ୍ଟ ମିଗୁଇ ଗାବ୍ରିଏଲ୍‌ ଫେସ୍‌ବୁକ୍‌ରେ ନିଜର ପୂର୍ବ ଏବଂ ପର ସମୟର ଫଟୋ ପୋଷ୍ଟ କରିଛନ୍ତି। ଅସଲରେ ସେ କୌଣସି ସାଧାରଣ ଭିଡିଓ ଗେମ୍‌ ଖେଳୁନଥିଲେ। ନିନ୍‌ତାଣ୍ଡୋର ଏକ ନୂଆ ଗେମ୍‌ ରିଙ୍ଗ୍‌ ଫିଟ୍‌ ଆଡଭେଞ୍ଚର ଖେଳି ସେ ଏଭଳି ଓଜନ କମାଇଛନ୍ତି। ଏଥିରେ ଗୋଟିଏ ସ୍ଥାନରେ ଘଣ୍ଟାଘଣ୍ଟା ଧରି ନବସି ଏପଟସେପଟ ବୁଲି ଏବଂ ବ୍ୟାୟାମ କରି ଖେଳିବାକୁ ହୋଇଥାଏ। ଏ ସଂକ୍ରାନ୍ତରେ ଖେଳାଳିଙ୍କୁ ଟିପ୍‌ସ ମଧ୍ୟ ଦିଆଯାଏ ଯାହା ସେମାନେ ଅନୁସରଣ କରିଥାନ୍ତି। ସନ୍ଧ୍ୟା ସାତଟା ସୁଦ୍ଧା ଖାଇବା ଶେଷ କରିବା ସହ ଖାଦ୍ୟରୁ କାର୍ବୋହାଇଡ୍ରେଟ୍‌ସ ମଧ୍ୟ କମାଇଦେବାକୁ ହୁଏ। ଏହି ଗେମ୍‌ଟି ଟିକେ ଅଧିକ ଦାମ୍‌।

Hot this week

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

ମେସିଙ୍କୁ ଦେଖିବାକୁ ଷ୍ଟାଡିୟମରେ ହଙ୍ଗାମା

ସମାଜ ଲାଇଭ ଡ଼େସ୍କ : ମେସିଙ୍କୁ ଦେଖିବାକୁ କଲକାତା ସଲ୍ଟଲେକ ଷ୍ଟାଡିୟମରେ...

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

Related Articles

Popular Categories