www.samajalive.in
Friday, December 5, 2025
26.1 C
Bhubaneswar

ବିବାହ ଦିନ ଜଣାପଡିଲା କନ୍ୟା କରୋନା ପଜିଟିଭ୍ , ପିପିଇ କିଟ୍ ପିନ୍ଧି ପକାଇଲେ ବରଣମାଳ…ଦେଖନ୍ତୁ ଭିଡିଓ

ରାଜସ୍ଥାନର ବାରାନରେ ଏକ ନିଆରା ବିବାହ ଦେଖିବାକୁ ମିଳିଛି। ବିବାହ ଦିନ କନ୍ୟା କରୋନା ପଜିଟିଭ୍ ଥିବା ଜଣାପଡିଲା ପରେ ପିପିଇ କିଟ୍ ପିନ୍ଧି ବିବାହ କରିଛନ୍ତି।

ରାଜସ୍ଥାନର କେଲୱାରାର ଛତ୍ରଗଞ୍ଜ ଗାଁର ବିବାହ ପାଇଁ ପ୍ରସ୍ତୁତ ଥିବା କନ୍ୟା ଏବଂ ତାଙ୍କ ମାଆ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ଗାଁକୁ ଆସିଥିବା କରୋନା ଅନୁସନ୍ଧାନକାରୀ ଦଳକୁ ଏକ ନମୁନା ଦିଆଯାଇଥିଲା। ପୂରା ପରିବାର ବିବାହ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଥିଲେ । ବିବାହ ଦିନ ବେଦୀକୁ ଯିବାର କିଛି ଘଣ୍ଟା ପୂର୍ବରୁ ଜଣାପଡିଲା ଯେ କନ୍ୟା ଏବଂ ତାଙ୍କ ମାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏହା ଶୁଣି ଉଭୟ ପରିବାର ଦ୍ୱନ୍ଦ୍ୱରେ ପଡ଼ିଗଲେ ସତ, କିନ୍ତୁ ସାହସ ହରାଇଲେ ନାହିଁ।

- Advertisement -

ପରେ ଏନେଇ ଉକ୍ତ ଅଞ୍ଚଳର କୋଭିଡ କେନ୍ଦ୍ରର ଅଧିକାରୀମାନଙ୍କୁ ସୂଚନା ଦିଆଯାଇଥିଲା ଏବଂ ତୁରନ୍ତ ଉଭୟଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ଏକ ବେଦୀ ସଜାଗଲା ଏବଂ କୋଭିଡ ସେଣ୍ଟରରେ କାର୍ଯ୍ୟ କରୁଥିବା ଲୋକଙ୍କ ସହାୟତାରେ ବିବାହ ରୀତିନୀତି ସମ୍ପନ୍ନ ହୋଇଥିଲା। କୋଭିଡ କେୟାର ସେଣ୍ଟରରେ ନିଜେ ଏକ ଛୋଟ ପାଣ୍ଡାଲ ସ୍ଥାପନ କରାଯାଇଥିଲା ଯେଉଁଥିରେ ରୀତିନୀତି ଅନୁଷ୍ଠିତ ହୋଇଥିଲା। ଏହି ସମୟ ମଧ୍ୟରେ ସରକାର ଦେଇଥିବା ସମସ୍ତ ନିୟମଗୁଡିକ ମଧ୍ୟ ପାଳନ କରାଯାଇଥିଲା।

ଏହାର ଭିଡିଓ ଭାଇରାଲ ହୋଇଛି। ଯେଉଁଥିଲେ ଦେଖିବାକୁ ମିଳିଛି, ବର ଓ କନ୍ୟା ପିପିଇ କିଟ୍ ପିନ୍ଧି ବେଦୀ ବସିଛନ୍ତି। ପୁରହିତ ପିପିଇ କିଟ୍ ପିନ୍ଧି ମନ୍ତ୍ର ଜପ କରୁଥିବା ବେଳେ ବର ଓ କନ୍ୟା ପିନ୍ଧି ପରସ୍ପରକୁ ବରଣମାଳା ପକାଉଛନ୍ତି।

Hot this week

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

Related Articles

Popular Categories