www.samajalive.in
Saturday, December 6, 2025
15.1 C
Bhubaneswar

ଭାରତୀୟ ବଜାରକୁ ଆସିଲା ୨୦୨୧ କେଟିଏମ୍ ୧୨୫ଡ୍ୟୁକ୍

ନୂଆଦିଲ୍ଲୀ : କେଟିଏମ୍(KTM) ଭାରତରେ ୧୨୫ ଡ୍ୟୁକ୍ ବାଇକ୍ ଲଞ୍ଚ କରିଛି ।କେଟିଏମ୍ ଡ୍ୟୁକ ୨୦୨୧ର ନବୀକରଣ ହୋଇଥିବା ମଡେଲର ପ୍ରାରମ୍ଭିକ ମୂଲ୍ୟ ୧ଲକ୍ଷ ୫୦ହଜାର ଟଙ୍କା ରଖାଯାଇଛି। ଏହା ପୂରୁଣା ମଡେଲ ଅପେକ୍ଷା ସାମାନ୍ୟ ମହଙ୍ଗା ଅଟେ ।

ପ୍ରିମିୟମ୍ ବାଇକ୍ ନିର୍ମାତା ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି ଯେ, ୨୦୨୧ କେଟିଏମ୍ ୧୨୫ଡ୍ୟୁକ୍(2021 KTM 125 Duke)ରେ ଅନେକ ପରିବର୍ତ୍ତନ କରାଯାଇଛି ।ଯେପରିକି ନୂତନ ଷ୍ଟାଇଲ୍, ମୂଲ୍ୟ, ମାଇଲେଜ ଇତ୍ୟାଦି ।ନୂତନ ୨୦୨୧ କେଟିଏମ୍ ୧୨୫ଡ୍ୟୁକ୍(2021 KTM 125 Duke) ବାଇକର ଲୁକ୍ ବହୁତ ଷ୍ଟାଇଲିସ୍ ହୋଇଛି । କମ୍ପାନୀ  ଦୁଇଟି ରଙ୍ଗରେ ବାଇକକୁ ଲଞ୍ଚ କରିଛି । ଗୋଟିଏ କମଳା ଏବଂ ଅନ୍ୟଟି ଧଳା ରଙ୍ଗ ଅନ୍ତର୍ଭୂକ୍ତ ହୋଇଛି । ଏଥିରେ ୧୩.୫ ଲିଟର କ୍ଷମତା ବିଶିଷ୍ଟ ଏକ ବୃହତ ଇନ୍ଧନ ଟ୍ୟାଙ୍କ ଦିଆଯାଇଛି । ଯାହା ପୂର୍ବ ଡ୍ୟୁକ୍ ୧୨୫ ବାଇକ୍ ଠାରୁ ଅଧିକ । ପୂର୍ବରୁ ୧୧ଲିଟରର ଟାଙ୍କି ଦିଆଯାଇଥିଲା । ପୂର୍ବ ତୁଳନାରେ ନୂଆ ବାଇକ୍ ୭କିଲୋଗ୍ରାମ ଅଧିକ ଓଜନ ହୋଇଛି ।ବାଇକର ସିଟ୍ ଉଚ୍ଚତା ମଧ୍ୟ ପୂର୍ବ ତୁଳନାରେ ଅଧିକ କରାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories