www.samajalive.in
Sunday, December 14, 2025
14.1 C
Bhubaneswar

ଭେନେଜୁଏଲାର ଦୁଇ ରାଷ୍ଟ୍ରଦୂତଙ୍କୁ ଦେଶ ଛାଡିବାକୁ କହିଲା ଆମେରିକା

ୱାଶିଂଟନ : ଭେନେଜୁଏଲାର ଦୁଇ ଜଣ ବରିଷ୍ଠ ରାଷ୍ଟ୍ରଦୂତଙ୍କୁ ୪୮ଘଣ୍ଟା ମଧ୍ୟରେ ଦେଶ ଛାଡି ଚାଲିଯିବାକୁ ଆମେରିକା ନିର୍ଦେଶ ଦେଇଛି। ଭେନେଜୁଏଲା ସରକାର ଆମେରିକା ରାଷ୍ଟ୍ରଦୂତଙ୍କ ପ୍ରତି ପ୍ରଦର୍ଶନ କରିଥିବା ବ୍ୟବହାର ଅନୁରୂପ ୱାଶିଂଟନ ଏପରି ନିର୍ଦେଶ ଦେଇଛି। ନିକଟରେ ନିକୋଲାସ ମାଡୁରୋଙ୍କ ନେତୃତ୍ୱ ଭେନେଜୁଏଲା ସରକାର ଆମେରିକାର ଦୁଇ ଜଣ ରାଷ୍ଟ୍ରଦୂତଙ୍କୁ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇବା ସହ ଦେଶ ଛାଡି ଚାଲିଯିବାକୁ ନିର୍ଦେଶ ଦେଇଥିଲେ। ମାଡୁରୋ ସରକାରଙ୍କ ଏପରି ନିଷ୍ପତ୍ତିର ଜବାବରେ ଆମେରିକା ଭେନେଜୁଏଲାର ଦୁଇ ରାଷ୍ଟ୍ରଦୂତଙ୍କୁ ଦେଶରୁ ବିଦା କରିଛି ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହାର୍ଥର ନୌଏର୍ଟ କହିଛନ୍ତି। ହାର୍ଥର କହିଛନ୍ତି ଯେ ଆମେରିକାର ହୋଷ୍ଟନସ୍ଥିତ ଭେନେଭୁଏଲା ଦୂତାବାସ ଦାୟିତ୍ୱରେ ଥିବା ରାଷ୍ଟ୍ରଦୂତ ଓ ଉପ ରାଷ୍ଟ୍ରଦୂତଙ୍କୁ ଦୁଇଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦେଶ ଦିଆଯାଇଛି। ନିକୋଲାସ ମଡୁରୋ ପୁନର୍ବାର ଭେନେଜୁଏଲାର ରାଷ୍ଟ୍ରପତି ନିର୍ବାଚିତ ହେବାକୁ ଆମେରିକା ବିରୋଧ କରିବା ପୂର୍ବକ କଟକଣା ଲାଗୁ କରିଥିଲା। ଆମେରିକାର ଏପରି କଟକଣାକୁ ବିରୋଧ ପୂର୍ବକ ମଡୁରୋ ଏହାର ଦୁଇଜଣ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିଥିଲେ। ମଡୁରୋ ଆମେରିକାର ରାଷ୍ଟ୍ରଦୂତ ଟୋଡ ରବିନସନ ଓ ଉପମୁଖ୍ୟ ବ୍ରିଆନ ନାରାଞ୍ଜେଙ୍କୁ ଅନୁପଯୋଗୀ ଘୋଷଣା କରିବା ପୂର୍ବକ ଦେଶ ଛାଡି ଚାଲିଯିବାକୁ ନିର୍ଦେଶ ଦେଇଥିଲେ। ୨୦୧୩ ଏପ୍ରିଲରୁ ମଡୁରୋ ଭେନେଜୁଏଲାର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ଶାସନ କାଳରେ ଦେଶର ଆର୍ଥିକସ୍ଥିତିରେ ଅବନତି ଘଟିଥିବା ଲକ୍ଷ୍ୟ କରାଯାଇଛି। ବିଶେଷକରି ଦେଶରେ ଖାଦ୍ୟ ଓ ଔଷଧର ସଙ୍କଟ ଦେଖାଯାଇଛି। ମଡୁରୋଙ୍କ ପୁନଃ ନିର୍ବାଚନକୁ ବିରୋଧ କରି ଆମେରିକା, ୟୁରୋପୀୟ ସଂଘ ବ୍ୟତୀତ ଆର୍ଜେଣ୍ଟିନା, ବ୍ରାଜିଲ ଓ କାନାଡା ଭଳି ଅନ୍ୟ ୧୪ଟି ରାଷ୍ଟ୍ର ଭେନେଜୁଏଲା ଉପରେ କଟକଣା ଲାଗୁ କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories