www.samajalive.in
Saturday, December 6, 2025
19.1 C
Bhubaneswar

ଛାତ ଉପରେ ଦୈନିକ:୨୦-୨୫ କିଲୋ ପରିବା ଉତ୍ପାଦନ

କେରଳ ଥୋଝୁପୁଡ୍ଡୁ ବାସିନ୍ଦା ପୁନ୍ନୁସ ଜ୍ୟାକବ୍ ଜଣେ ଅବସରପ୍ରାପ୍ତ ବ୍ୟକ୍ତି। ବୟସ ତାଙ୍କୁ ୬୩। ଘରେ ବସିବସି ତାଙ୍କୁ ବିରକ୍ତ ଲାଗିଲା। ଦିନେ ଘରପାଖ ବଜାରରୁ ମଞ୍ଜି କିଣି ଛାତ ଉପରେ ବଗିଚା ଆରମ୍ଭ କଲେ। ଧୀରେଧୀରେ ଏହି ସଉକ୍‌ ନିଶାରେ ପରିଣତ ହେବ ବୋଲି ସେ ଜାଣିନଥିଲେ। ୩,୫୦୦ ବର୍ଗ ଫୁଟ୍ ଛାତ ଉପରେ ଏବେ ସେ ଚାଷ କରୁଛନ୍ତି।

ପ୍ରତିଦିନ ୨୦-୨୫ କିଲୋ ପରିବା ଉତ୍ପାଦନ ହେଉଛି। ଋତୁ ଅନୁସାରେ ଫଳ ଚାଷ ମଧ୍ୟ କରୁଥିବା ଜ୍ୟାକବ୍ କହିଛନ୍ତି। ଦୈନିକ ଏତେ ପରିମାଣର ପରିବା ଫଳୁଥିବାରୁ ସେ ପାଖ ସୁପରମାର୍କେଟ୍‌ରେ ଯୋଗାଯୋଗ କରି ବିକ୍ରି କରୁଛନ୍ତି। ଜ୍ୟାକବ୍‌ ତାଙ୍କ ପରିବା ବ୍ୟବସାୟକୁ ‘ମଙ୍ଗଳମ୍ ଫୁଡସ୍’ ନାମ ଦେଇଛନ୍ତି। ସକାଳ ୬ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ସେ ଏହି ଛାତ ଉପର ବଗିଚାରେ ପହରା ଦେଇଥାନ୍ତି। ପନିପରିବାରେ କୀଟାନାଶକ ଭାବେ ସେ ଲଙ୍କା ଗୁଣ୍ଡ ପାଣି ବ୍ୟବହାର କରୁଥିବା କହିଛନ୍ତି। ଘରେ ବସିବା ପରିବର୍ତ୍ତେ ଅବସର ପରେ ଏମିତି କାମ କରି ସମୟ ଅତିବାହିତ କରିବାକୁ ଜ୍ୟାକବ୍ ଅନ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories