www.samajalive.in
Saturday, December 6, 2025
19.1 C
Bhubaneswar

ଘରୋଇ ଫେସ୍‌‌ ପ୍ୟାକ୍‌‌ରେ ଏପରି ଚମକାନ୍ତୁ ତ୍ୱଚା

ପୂଜାପର୍ବ ସମୟରେ ସଭିଏଁ ବିଶେଷ କରି ଯୁବତୀମାନେ ନିଜ ତ୍ୱଚା ପ୍ରତି ଅଧିକ ଧ୍ୟାନ ଦେଇଥାଆନ୍ତି। ମାତ୍ର ଏହି ସମୟରେ କର୍ମବ୍ୟସ୍ତତା ମଧ୍ୟରେ ପାର୍ଲର ଯିବାକୁ ଅଧିକାଂଶ ସମୟ ମିଳିପାରି ନଥାଏ। ଏହି ସମସ୍ୟାରୁ ମୁକ୍ତି ପାଇଁ ଘରେ ସହଜ ଉପାୟରେ ଏଭଳି କିଛି ଫେସ୍‌‌ ପ୍ୟାକ୍‌‌ ପ୍ରସ୍ତୁତ କରନ୍ତୁ। ଯାହା ତ୍ୱଚାର ଚମକ ବୃଦ୍ଧି କରିବା ସହ ସୌନ୍ଦର୍ଯ୍ୟ ବଢାଇଥାଏ। ଏଭଳି ଘରୋଇ ଫେସ୍‌‌ ପ୍ୟାକ୍‌‌ ପ୍ରସ୍ତୁତି କରିବା ପାଇଁ ପ୍ରାକୃତିକ ଜିନିଷର ଅଧିକ ବ୍ୟବହାର ହେଉଥିବାରୁ ତ୍ୱଚା ପାଇଁ ଉପକାରୀ ହୋଇଥାଏ। ଏହା ତ୍ୱଚାର ଦାଗ ମଧ୍ୟ ଦୂର କରିଥାଏ। ବ୍ରଣ ସମସ୍ୟା ମଧ୍ୟ ଦୂର କରିଥାଏ। ଜାଣନ୍ତୁ..
ଗୋଲାପ ଫେସ୍‌‌ ପ୍ୟାକ୍‌‌
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ କିଛି ଗୋଲାପ ଫୁଲର ପାଖୁଡାକୁ ପେଶି ଦିଅନ୍ତୁ। ଏଥିରେ ମହୁ ମିଶାଇ ଉଭୟକୁ ଭଲ ଭାବେ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ଏହା ଭଲରେ ଶୁଖିବା ପରେ ମୁହଁ ଧୋଇ ଦିଅନ୍ତୁ।
ଦହି ଫେସ୍‌‌ ପ୍ୟାକ୍‌‌
ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ୨ ରୁ ୩ ଚାମଚ ଦହି ନିଅନ୍ତୁ। ଏଥିରେ ଏକ ଚାମଚ ମହୁ ଓ ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ। ଭଲ ଭାବେ ମିଶାଇବା ପରେ ଏହାକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ ରଖନ୍ତୁ। ପରେ ମୁହଁ ଧୋଇ ଦିଅନ୍ତୁ।
ମୁଲତାନୀ ମାଟି ଫେସ୍‌‌ ପ୍ୟାକ୍‌‌
ଏକ ପାତ୍ରରେ ମୁଲତାନୀ ମାଟି,ଏଲୋବେରା ଜେଲ୍‌‌ ଓ ଦହି ମିଶାନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ ଶୁଖିବା ଯାଏଁ ରଖନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ।
ବେସନ ଫେସ୍‌‌ ପ୍ୟାକ୍‌‌
ଏକ ପାତ୍ରରେ ବେସନ,ସାମାନ୍ୟ ହଳଦୀ ଓ କଞ୍ଚା କ୍ଷୀର ମିଶାନ୍ତୁ। ଏହାକୁ ଭଲ ଭାବେ ମିଶାଇ ମୁହଁ ଓ ବେକରେ ଲଗାନ୍ତୁ। ଶୁଖିବା ପରେ ଧୋଇ ଦିଅନ୍ତୁ।
ଚନ୍ଦନ ଫେସ୍‌‌ ପ୍ୟାକ୍‌‌
ଏକ ପାତ୍ରରେ ଚନ୍ଦନ ଗୁଣ୍ଡ,ଗୋଲାପ ଜଳ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ ଥର ଏହି ଫେସ୍‌‌ ପ୍ୟାକ୍‌‌ର ବ୍ୟବହାର କରିପାରିବେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories