www.samajalive.in
Monday, December 15, 2025
26.1 C
Bhubaneswar

ବେଦାନ୍ତର ପଞ୍ଛି ସ୍ୱପ୍ନୋ କା ଉଡାନ୍‍ କାର୍ଯ୍ୟକ୍ରମ- ଖଣି ଅଞ୍ଚଳର ବିସ୍ଥାପିତ ପରିବାର ବାଳିକାଙ୍କ ସ୍ୱପ୍ନରେ ଲାଗିଲା ଡେଣା

ଭୁବନେଶ୍ୱର,  : ଖଣି ଅଞ୍ଚଳର ବାଳିକାଙ୍କ ସ୍ୱପ୍ନରେ ଡେଣା ଲଗାଇଛି ବେଦାନ୍ତ । ସେମାନଙ୍କ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । କମ୍ପାନୀର ଜାମକାନି କୋଇଲା ଖଣି ପ୍ରକଳ୍ପ ତରଫରୁ ଏଥିପାଇଁ ଅନୁଷ୍ଠିତ ହୋଇଛି ‘ପଞ୍ଝି –ସପ୍ନୋ କା ଉଡାନ୍‍’ କାର୍ଯ୍ୟକ୍ରମ । ଏହି ଯୋଜନାରେ ଖଣି ଅଞ୍ଚଳରେ ଶିକ୍ଷିତ ଯୁବତୀଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ଦେବା ସହିତ ଯେଉଁମାନେ କୌଣସି କାରଣରୁ ଅଧାରୁ ପାଠପଢା ଛାଡିଛନ୍ତି ସେମାନଙ୍କୁ ଉଚ୍ଚଶିକ୍ଷାର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯିବ ।

ବାଳିକାଙ୍କ ସ୍ୱପ୍ନ ପୂରଣ ପାଇଁ ଅନୁଷ୍ଠିତ ବେଦାନ୍ତର ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜାମକାନି ଖଣି ଅଞ୍ଚଳର ଗିରିସୀମା, ଜାମକାନି, ଝାରପଲମ, ମେଣ୍ଢ୍ରା ଗାଁର ୧୬ଜଣ ବାଳିକା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଦାଶରଥି ସରାବୁ ଯୋଗଦେଇ ବାଳିକାମାନଙ୍କୁ ପରିଚୟପତ୍ର ପ୍ରଦାନ କରିଥିଲେ । ବେଦାନ୍ତ ଖଣି ବିଭାଗ ସିଇଓ ଭି.ଶ୍ରୀକାନ୍ତ ଯୋଗଦେଇ ବିସ୍ଥାପିତ ପରିବାରର ବାଳିକାମାନଙ୍କ ଉଜ୍ୱଳ ଭବିଷ୍ୟତ ଗଢିବା ସହିତ ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ କମ୍ପାନୀର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ବେଶ୍‍ ସହାୟକ ହେବ ବୋଲି କହିଥିଲେ । କମ୍ପାନୀର ମାନବ ସମ୍ବଳ ମୁଖ୍ୟ ଆଶିଷ କୁମାର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ବେଦାନ୍ତର କସିକ ଯାଦବ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସଙ୍ଗୀତା ସାହୁ ଧନ୍ୟବାଦ ଦେଇଥିଲେ ।

- Advertisement -

ଏହି କାର୍ଯ୍ୟକ୍ରମକୁ ପ୍ରତିବର୍ଷ ବ୍ୟାପକ ଭାବେ ଆୟୋଜନ କରିବାପାଇଁ ଉପଜିଲ୍ଲାପାଳ ବେଦାନ୍ତକୁ ପରାମର୍ଶ ଦେବା ସହିତ ବିସ୍ଥାପିତ ଅଞ୍ଚଳର ଆଗ୍ରହୀ ଯୁବତୀମାନଙ୍କୁ ଏଥିରେ ସାମିଲ ପାଇଁ କହିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ବାଳିକାମାନଙ୍କୁ ବେଦାନ୍ତ ପକ୍ଷରୁ ଶିକ୍ଷା କିଟ୍‍ ପ୍ରଦାନ କରାଯାଇଥିଲା । ବାଳିକାମାନେ ମଧ୍ୟ ବେଦାନ୍ତ ସହାୟତାରେ ଉଚ୍ଚତର ଶିକ୍ଷା ଗ୍ରହଣ କରିବାକୁ ଯାଉଥିବାରୁ ବେଶ୍‍ ଆନନ୍ଦ ପ୍ରକାଶ କରିଥିଲେ ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories