www.samajalive.in
Saturday, December 6, 2025
23.1 C
Bhubaneswar

ହୋଲି ପାଇଁ ବାସ୍ତୁ : ଏସବୁ କିଣି ଘରକୁ ଆଣନ୍ତୁ,ଦେଖିବେ ଚମତ୍କାର..

ଫାଲଗୁଣ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମା ରାତିରେ ହୋଲିକା ଦହନ କରାଯାଏ। ହିନ୍ଦୁ ଧର୍ମରେ ହୋଲିକା ଦହନ ଅସତ୍ୟ ଉପରେ ସତ୍ୟର ଜୟର ପ୍ରତୀକ ବୋଲି କୁହାଯାଏ। ଏହାର ପର ଦିନ ରଙ୍ଗର ପର୍ବ ହୋଲି ପାଳନ କରାଯାଏ। ଏହି ଦିନ ବିଧି ସହ ପୂଜାର୍ଚ୍ଚନା କରାଯାଏ। ବାସ୍ତୁରେ ମଧ୍ୟ ହୋଲିର ଖୁବ୍‌‌ ମହତ୍ତ୍ୱ ରହିଛି। ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହୋଲି ଦିନ କିଛି ସ୍ୱତନ୍ତ୍ର ଜିନିଷ କିଣି ଘରକୁ ଆଣିପାରିବେ। ଏହାଦ୍ୱାରା ଜୀବନ ସୁଖମୟ ହେବା ସହ ଅନେକ କଷ୍ଟ ଦୂର ହୋଇଥାଏ। ଅନେକ ଚେଷ୍ଟା କରିବା ପରେ ମଧ୍ୟ ଜୀବନରେ ସଫଳତା ମିଳିପାରୁନଥିଲେ, ହୋଲି ଦିନ କିଛି ସ୍ୱତନ୍ତ୍ର ବାସ୍ତୁ ଉପାୟ କରିବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।

ହୋଲି ଦିନ ଭଗବାନ ଗଣେଶଙ୍କୁ ବିଧି ବିଧାନ ସହ ପୂଜା କରି ରଙ୍ଗ ଅର୍ପଣ କରନ୍ତୁ। ଏହାସହ ମିଠା ଭୋଗ ନିଶ୍ଚୟ ଅର୍ପଣ କରନ୍ତୁ।

- Advertisement -

ବାସ୍ତୁ ଅନୁସାରେ ହୋଲି ଦିନ ଜିନିଷ କିଣିବା ସମୟରେ ଚାନ୍ଦିର ଟଙ୍କା ନିଶ୍ଚୟ କିଣନ୍ତୁ। ହୋଲି ଦିନ ଏହାର ପୂଜା କରିବା ପରେ ଏହି ଟଙ୍କାକୁ ଆଲମିରାରେ ରଖନ୍ତୁ। ଏହା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ।

ହୋଲି ଭଳି ଶୁଭ ଦିନରେ ଅଶୋକ ପତ୍ରରେ ତିଆରି ତୋରଣ ଆଣି ଆସନ୍ତୁ। ମାନ୍ୟତା ଅନୁଯାୟୀ, ମୁଖ୍ୟ ଦ୍ୱାରରେ ଏହାକୁ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ।

ହୋଲି ଦିନ ବଜାରରେ ମିଳୁଥିବା ଘରେ ରଖାଯାଉଥିବା ବାଉଁଶ ଗଛ ନିଶ୍ଚୟ ଆଣନ୍ତୁ। ଏହା ଅତ୍ୟନ୍ତ ଶୁଭଦାୟକ।

ବାସ୍ତୁ ଅନୁଯାୟୀ, ହୋଲି ଦିନ ଧାତୁରେ ତିଆରି ହୋଇଥିବା କଇଁଛ ଘରକୁ ନିଶ୍ଚୟ ଆଣନ୍ତୁ। କଇଁଛର ପିଠିରେ ଶ୍ରୀଯନ୍ତ୍ର କିମ୍ବା କୁବେର ଯନ୍ତ୍ର ଥିବ ସେଥିପ୍ରତି ଧ୍ୟାନ ଦେବେ।

ମାନ୍ୟତା ଅନୁଯାୟୀ, ପିରାମିଡରେ ଧନକୁ ଆକର୍ଷିତ କରିବାର କ୍ଷମତା ରହିଛି। ଯେଉଁଠାରେ ମଧ୍ୟ ପିରାମିଡ୍‌‌ ଥାଏ, ସେଠାକୁ ଆପେ ଆପେ ଧନ ଆସିଥାଏ। ହଠାତ୍‌‌ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ। ତେଣୁ ହୋଲି ଦିନ ଘରକୁ ଏହାକୁ ମଧ୍ୟ କିଣି ଆଣି ପାରିବେ।

 

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories