www.samajalive.in
Saturday, December 6, 2025
23.1 C
Bhubaneswar

ଚାକିରି ମିଳୁନାହିଁ କି? ଆପଣାନ୍ତୁ ଏହି ବାସ୍ତୁ ଉପାୟ..

ବର୍ତ୍ତମାନ ସମୟରେ ଚାକିରି ନମିଳିବା ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଅଧିକାଂଶ ଚାକିରି ପାଇଁ ଦିନରାତି ପରିଶ୍ରମ କରୁଛନ୍ତି। ସେହିଭଳି ବ୍ୟବସାୟରେ ଉନ୍ନତି ପାଇଁ ଅନେକ ସର୍ବଦା ଚେଷ୍ଟା କରୁଛନ୍ତି। ଚାକିରି ହେବାରେ ବିଳମ୍ବ,ଚାକିରି ପାଇଁ ଚିନ୍ତିତ ଥିଲେ, କିଛି ବାସ୍ତୁ ଉପାୟ ଆପଣାଇବା ଦ୍ୱାରା ଲାଭ ମିଳିଥାଏ। ଏହି ବାସ୍ତୁ ଉପାୟ ଦ୍ୱାରା ଚାକିରି କ୍ଷେତ୍ରରେ ଥିବା ସମସ୍ୟା ଦୂର ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଉତ୍ତର ଦିଗକୁ କ୍ୟାରିୟର ଓ ବ୍ୟବସାୟରେ ଉନ୍ନତି ସହ ଜଡିତ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ଉତ୍ତର ଦିଗକୁ କଦାପି ଅପରିଷ୍କାର ରଖନ୍ତୁ ନାହିଁ। ଏହାକୁ ସର୍ବଦା ସଫା ରଖନ୍ତୁ। ଅନାବଶ୍ୟକ ଜିନିଷକୁ ଉତ୍ତର ଦିଗରୁ ହଟାଇ ଦିଅନ୍ତୁ। ଏହାଦ୍ୱାରା ଉତ୍ତର ଦିଗରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଯାଦ୍ୱାରା ଚାକିରିରେ ବିଳମ୍ବ ହେବ ନାହିଁ।
ସେହିପରି ଚାକିରି ପାଇଁ ପରୀକ୍ଷା ଦେଉଥିଲେ, ଏଥିରେ ସଫଳତା ପ୍ରାପ୍ତି ପାଇଁ ଉତ୍ତର ଦିଗରେ ସବୁଜ ସୁନ୍ଦର ଗଛ ରଖନ୍ତୁ।
ସବୁଜ ରଙ୍ଗ ନୂଆ ଆରମ୍ଭର ପ୍ରତୀକ ବୋଲି କୁହାଯାଏ। ଆପଣଙ୍କ ପାଇଁ ନୂଆ ଅବସରକୁ ଆକର୍ଷିତ କରିଥାଏ।
ଉତ୍ତର ଦିଗରେ ଘରେ ଟେବୁଲ ଉପରେ ସୁନ୍ଦର ସବୁଜ ଗଛ ମଧ୍ୟ ରଖି ପାରିବେ। ଘର ଭିତରେ ରଖିବା ପାଇଁ ସ୍ୱତନ୍ତ୍ର ଗଛ ମଧ୍ୟ ବଜାରରେ ଉପଲବ୍ଧା
ବାସ୍ତୁ ଅନୁଯାୟୀ, ଘରେ କିମ୍ବା କାର୍ଯ୍ୟାଳୟରେ ବୈଦ୍ୟୁତିକ ଉପକରଣ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଆବଶ୍ୟକ।

 

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories