www.samajalive.in
Sunday, December 7, 2025
14.1 C
Bhubaneswar

ଖାଲି ବିମାନ ନୁହେଁ ,କାର୍‌‌ରେ ଉଡିବେ କି? ଆସୁଛି ଉଡନ୍ତା କାର୍‌‌! ଖୁବ୍‌‌ ଶୀଘ୍ର ଭାରତ ବଜାରରେ..

ନୂଆଦିଲ୍ଲୀ : ମାରୁତି ସୁଜୁକି ବର୍ତ୍ତମାନ ଇଲେକ୍ଟ୍ରିକ୍ ଏୟାର କପ୍ଟର ତିଆରି କରିବାକୁ ପ୍ରସ୍ତୁତି ଆରମ୍ଭ କରୁଛି । ସର୍ବପ୍ରଥମେ ଏହା ଜାପାନ ଏବଂ ଆମେରିକାରେ ଲଞ୍ଚ ହେବ। ପରେ ଏହା ଭାରତରେ ଲଞ୍ଚ ହେବ। ମାରୁତି ସୁଜୁକି ଏହାର ପ୍ୟାରେଣ୍ଟ୍ କମ୍ପାନୀ ସୁଜୁକି ସହିତ ଏହି ନୂତନ ମଡେଲ୍ ପ୍ରସ୍ତୁତ କରୁଛି।
ମିଡିଆ ରିପୋର୍ଟ ଅନୁଯାୟୀ, ମାରୁତି ସୁଜୁକି ନିଜର ପ୍ୟାରେଣ୍ଟ କମ୍ପାନୀ ସହ ମିଶି ପବନରେ ଉଡୁଥିବା ଇଲେକ୍ଟ୍ରିକ କପ୍ଟର ତିଆରି କରୁଛି। ଏହା ଡ୍ରୋନରୁ ବଡ ମାତ୍ର ହେଲିକପ୍ଟରରୁ ଛୋଟ ହେବ। ଏଥିରେ ପାଇଲଟ୍‌‌ଙ୍କ ସହ ୩ ଜଣ ବସି ପାରିବେ। ଏହା ଭାରତରେ କେବଳ ବିକ୍ରି ହେବ ନାହିଁ ବରଂ ଏଠାରେ ତିଆରି କରାଯିବା ପାଇଁ ମଧ୍ୟ ବିଚାର କରାଯାଉଛି।
ସୁଜୁକିର ସହକାରୀ ମ୍ୟାନେଜରଙ୍କ କହିବାନୁଯାୟୀ, ଏହି ଯୋଜାନାକୁ ସଠିକ୍‌‌ କରିବା ପାଇଁ ଡିଜିସିଏଙ୍କ ସହ ଆଲୋଚନା କରାଯାଉଛି। ସ୍କାଏ ଡ୍ରାଇଭ୍‌‌ ନାମରେ ଇଲେକ୍ଟ୍ରିକ ଏୟାର କପ୍ଟରକୁ ଜାପାନରେ ଆସନ୍ତା ବର୍ଷ ଅର୍ଥାତ ୨୦୨୫ରେ ଲଞ୍ଚ କରାଯିବାର ଆଶା କରାଯାଉଛି। ମାରୁତି ମେକ୍‌‌ ଇନ୍‌‌ ଇଣ୍ଡିଆ ଅଧିନରେ ଏହି ଉଦ୍ୟମ ଆରମ୍ଭ କରିବାକୁ ଯାଉଛି।

ସୁଜୁକି ବର୍ତ୍ତମାନ ସମ୍ଭାବ୍ୟ ଗ୍ରାହକ ଏବଂ ଅଂଶୀଦାର ଖୋଜୁଛି। ଏଥିପାଇଁ ସେ ଭାରତୀୟ ବଜାରରେ ଗବେଷଣା କରୁଛନ୍ତି। କମ୍ପାନୀର ଆସିଷ୍ଟାଣ୍ଟ ମ୍ୟାନେଜର କହିଛନ୍ତି ,ଭାରତରେ ଏୟାର କପ୍ଟର ସଫଳ ହେବା ପାଇଁ ସେମାନଙ୍କ ପାଇଁ ଅର୍ଥନୀତି ଜରୁରୀ ଅଟେ।
ମାରୁତି ଏୟାର କପ୍ଟରର ଓଜନ ପ୍ରାୟ ୧.୪ ଟନ୍ ହେବା ଯାହା ହେଲିକପ୍ଟରର ଅଧା ଓଜନ ହେବ। ଏହାର ହାଲୁକା ଓଜନ ଛାତ ଉପରେ ଅବତରଣ କରିବାରେ ସାହାଯ୍ୟ କରିବ। ମିଡିଆ ରିପୋର୍ଟ ଅନୁଯାୟୀ, ବିଦ୍ୟୁତିକରଣ ହେତୁ ଏହାର ଉପାଦାନଗୁଡ଼ିକରେ କମ୍‌‌ ରହିବ, ଯେଉଁ କାରଣରୁ ଉତ୍ପାଦନ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ ପାଇବ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories