www.samajalive.in
Monday, December 15, 2025
26.1 C
Bhubaneswar

ପ୍ରାର୍ଥିପତ୍ର ଦାଖଲ କଲେନି ବରୁଣ ଗାନ୍ଧୀ

ନୂଆଦିଲ୍ଲୀ: ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ଦଳୀୟ ଟିକଟରୁ ବଞ୍ଚିତ ହୋଇଥିବା ବରୁଣ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ନେଇ ଆଲୋଚନା କରାଯାଉଥିଲା। ମାତ୍ର ବରୁଣ ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରି ନାହାନ୍ତି। ବରୁଣଙ୍କ ନିର୍ବାଚନମଣ୍ଡଳୀ ଫିଲଭିତ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ବୁଧବାର ରହିଥିଲା। ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଚାଲିଯାଇଥିବାବେଳେ ବରୁଣ ସ୍ବାଧୀନ କିମ୍ବା ଅନ୍ୟ କୌଣସି ଦଳ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିନାହାନ୍ତି। ଲୋକସଭା ନିର୍ବାଚନ ପାଇଁ ବିଜେପି ବରୁଣଙ୍କୁ ଟିକଟ ଦେଇ ନଥିବାବେଳେ ତାଙ୍କ ମା’ ମେନକା ଗାନ୍ଧୀଙ୍କୁ ସୁଲତାନପୁର ଆସନରୁ ପ୍ରାର୍ଥୀ କରିଛି। ବିଜେପି ଟିକଟରୁ ବଞ୍ଚିତ ହେବା ପରେ ବରୁଣଙ୍କୁ ନିଜ ପକ୍ଷକୁ ନେବା ଲାଗି କଂଗ୍ରେସ ଉଦ୍ୟମ କରିଥିଲା। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କଂଗ୍ରେସରେ ଯୋଗ ଦେବା ଲାଗି ବରୁଣଙ୍କୁ ଆମନ୍ତ୍ରଣ କରିଥିଲେ। ଏହା ସହିତ କଂଗ୍ରେସ ଟିକଟରେ ନିର୍ବାଚନ ଲଢିବାକୁ ସେ ବରୁଣଙ୍କୁ ପ୍ରସ୍ତାବ ଦେଇଥିଲେ। ମାତ୍ର କଂଗ୍ରେସର ଏହି ପ୍ରସ୍ତାବକୁ ବରୁଣ ଅଗ୍ରାହ୍ୟ କରିଥିବାବେଳେ ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଦେଇଥିଲେ। ଅନ୍ୟପଟେ ବରୁଣ କହିଛନ୍ତି ଯେ ସେ ତାଙ୍କ ମା’ଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories