www.samajalive.in
Friday, December 5, 2025
20.1 C
Bhubaneswar

ସଦାନନ୍ଦ ଏନ୍‌ଆଇଏ ମହାନିର୍ଦେଶକ

ନୂଆଦିଲ୍ଲୀ: ସଦାନନ୍ଦ ଦାତେଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ମହାନିର୍ଦେଶକ ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ସଦାନନ୍ଦ ଏଥିପୂର୍ବରୁ ମୁମ୍ବଇ ଏଟିଏସ୍‌ ମୁଖ୍ୟ ଭା​ବେ କାର୍ଯ୍ୟ କରୁଥିଲେ। ଏନ୍‌ଆଇଏ ମହାନିର୍ଦେଶକ ଭାବେ ଦାୟିତ୍ବ ନିର୍ବାହ କରୁଥିବା ଦିନକର ଗୁପ୍ତା ଆସନ୍ତା ୩୧ରେ ଅବସର ନେବା ପରେ ସଦାନନ୍ଦ ଦାୟିତ୍ବ ଗ୍ରହଣ କରିବେ। ୨୦୦୮ରେ ମୁମ୍ବଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମୟରେ ସଦାନନ୍ଦ ମୁମ୍ବଇ ଏଟିଏସ୍‌ରେ କାର୍ଯ୍ୟରତ ଥିଲେ। ସେତେବେଳେ ସାହସର ସହ ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ। ମୁମ୍ବଇ ଏଟିଏସ୍‌ ବ୍ୟତୀତ ସଦାନନ୍ଦ ସିବିଆଇ ଡିଆଇଜି ଓ ସିଆରପିଏଫ୍‌ ଆଇଜି ଭାବେ କାର୍ଯ୍ୟ କରିଥିଲେ। ସେହିପରି ବ୍ୟୁରୋ ଅଫ୍‌ ପୁଲିସ ରିସର୍ଚ୍ଚ ଆଣ୍ଡ ଡେ​‌ଭେଲପମେଣ୍ଟ(ବିପିଆର୍‌ ଆଣ୍ଡ ଡି) ସଂସ୍ଥାର ମହାନିର୍ଦେଶକ ଭାବେ ରାଜୀବ କୁମାର ଶର୍ମାଙ୍କୁ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। ରାଜୀବ କୁମାର ବର୍ତ୍ତମାନ ରାଜସ୍ଥାନ ଦୁର୍ନୀତି ନିବାରଣ ବିଭାଗ ଶାଖାର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ପୂର୍ବରୁ ସେ ରାଜସ୍ଥାନ ପୁଲିସ ମହାନିର୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଅନ୍ୟପକ୍ଷରେ ପୀୟୂଷ ଆନନ୍ଦଙ୍କୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ(ଏନ୍‌ଡିଆରଏଫ୍‌) ମହାନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories