ବାରାଣସୀ ଫ୍ଲାଏଓଭର ଭୁଶୁଡିବା ଘଟଣାରେ ଏଫ୍‍ଆଇଆର୍‍ ରୁଜୁ

0

ବାରାଣସୀ : ଉତ୍ତରପ୍ରଦେଶର ବାରାଣସୀଠାରେ ଫ୍ଲାଏ ଓଭର୍‍ ଭୁଷୁଡି ୧୮ ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ସିଗ୍ରା ଥାନାରେ ସବ୍‍ଇନ୍ସପେକ୍ଟର ଧନାନନ୍ଦ ତ୍ରିପାଠୀଙ୍କ ଅଭିଯୋଗକ୍ରମେ ବୁଧବାର ଏକ ଏଫ୍‍ଆଇଆର୍‍ ରୁଜୁ କରାଯାଇଛି। ଉତ୍ତରପ୍ରଦେଶ ରାଜ୍ୟ ପୋଲ ନିର୍ମାଣ ନିଗମର କେତେକ ଅଧିକାରୀଙ୍କ ବିରୋଧରେ ଉଦ୍ଦେଶ୍ୟହୀନ ହତ୍ୟା ଅଭିଯୋଗ ଅଣାଯାଇଛି। ଏଥିରେ କୌଣସି ଅଧିକାରୀଙ୍କ ନାମ ଉଲ୍ଲେଖ କରାଯାଇ ନ ଥିଲେ ମଧ୍ୟ ନିଗମର କେତେକ ଅଧିକାରୀ, କଣ୍ଟ୍ରାକ୍ଟର ଏବଂ ସେମାନଙ୍କ ଦ୍ୱାରା ନିଯୁକ୍ତ କର୍ମୀଚାରୀଙ୍କୁ ଅଭିଯୁକ୍ତ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୦୪, ୩୦୮ ଏବଂ ୪୨୭ ଧାରା ଲାଗୁ କରାଯାଇଛି। ଏଥିସହ ସରକାରୀ ସମ୍ପତ୍ତି ସୁରକ୍ଷା ଆଇନ-୧୯୮୪ର ଧାରା ୩ ଏବଂ ୪ ମଧ୍ୟ ଲାଗୁ କରାଯାଇଛି। ମଙ୍ଗଳବାର ଏହି ଫ୍ଲାଏଓଭର୍‍ ଭୁଶୁଡି ୧୮ ଜଣଙ୍କ ମୃତ୍ୟୁ ପରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏହାର ନିର୍ମାଣ କାର୍ଯ୍ୟରେ ସମ୍ପୃକ୍ତ ମୁଖ୍ୟ ପ୍ରକଳ୍ପ ପରିଚାଳକ ଏଚ୍‍. ସି. ତିୱାରୀ, ପ୍ରକଳ୍ପ ପରିଚାଳକ କେ. ଆର୍‍. ସୁଦାନ ଏବଂ ସହଯୋଗୀ ଯନ୍ତ୍ରୀ ରାଜେଶ ସିଂହ ଓ ଇଞ୍ଜିନିୟର ଲାଲ୍‍ ଚାନ୍ଦଙ୍କୁ ନିଲମ୍ବିତ କରିଥିଲେ।

Leave A Reply