www.samajalive.in
Sunday, December 7, 2025
23.1 C
Bhubaneswar

ବାଣୀବିହାର ଛାତ୍ରଛାତ୍ରୀଙ୍କ ରାଜପଥ ଅବରୋଧ: ହଷ୍ଟେଲ ଖାଲି କରିବା ନିର୍ଦ୍ଦେଶକୁ ବିରୋଧ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣ ତୀବ୍ର ଗତିରେ ବୃଦ୍ଧିପାଉଥିବାବେଳେ ତାହାକୁ ଦୃଷ୍ଟିରେ ରଖି ବାଣୀବିହାରର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ବିରୋଧ କରି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଆଜି ଶତାଧିକ ସଂଖ୍ୟାରେ ଏକ ଶୋଭଯାତ୍ରାରେ ଆସି ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଓଭରବ୍ରିଜ ତଳେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହାଫଳରେ ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଛି। ଛାତ୍ରଛାତ୍ରୀଙ୍କର କହିବା କଥା ଯେ ସରକାର ଯଦି ମଦ ଦୋକାନ, ପରିବା ବଜାର, ମାଛ ଦୋକାନକୁ ଖୋଲା ରଖିପାରୁଛନ୍ତି, ତେବେ ଶିକ୍ଷାନୁଷ୍ଠାନକୁ କାହିଁକି ବନ୍ଦ କରାଯିବ। ସବୁଠାରୁ ବଡ ପ୍ରଶ୍ନ ସେମାନେ ଉଠାଇଛନ୍ତି ରାଜ୍ୟରେ ଅନୁଷ୍ଠିତ ହେଉଥିବା ଉନର୍ନିବାଚନକୁ ନେଇ।

- Advertisement -

ସେମାନେ କହିଛନ୍ତି, ପିପିଲି ଉପନିର୍ବାଚନରେ ହେଉଥିବା ପ୍ରଚାର, ସଭା, ସମାବେଶରେ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ର ହେଉଛନ୍ତି ଏବଂ ସେଠାରେ କୋଭିଡ ନିୟମାବଳୀ ପାଳନ କରାଯାଉନାହିଁ। ଅନ୍ୟପକ୍ଷରେ କୋଭିଡ ସଂକ୍ରମଣ ଆଳରେ ହଷ୍ଟେଲ ଖାଲିକରିବାକୁ ସେମାନଙ୍କୁ କୁହାଯିବା ସଂପୂର୍ଣ୍ଣ ଭାବରେ ବେଆଇନ।

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories