www.samajalive.in
Monday, December 8, 2025
14.1 C
Bhubaneswar

ଜାଣନ୍ତି କି : ଜଣଙ୍କର ମୃତ୍ୟୁର ଦିବସକୁ ଆମେ ‘ଭ୍ୟାଲେନଟାଇନ ଡେ’ ରୂପେ ପାଳନ କରୁଛୁ

ପୋର୍ଟାଲ ଡେସ୍କ ( ଦେବୀପ୍ରସାଦ ମହାନ୍ତି) : ଆମେ ଫେବୃଆରୀ ୧୪ ତାରିଖକୁ ‘ଭ୍ୟାଲେନଟାଇନ ଡେ ବା ପ୍ରେମ ଦିବସ’ ରୂପେ ପାଳନ କରିଥାଉ। ହେଲେ ଏହି ପ୍ରେମ ଦିବସ ପାଳନ କରିବା ପଛର ଇତିହାସକୁ କେବେ ଜାଣିବାକୁ ଚାହିଁନେ। ଆମେ ଜଣଙ୍କର ମୃତ୍ୟୁର ଦିବସକୁ ପ୍ରେମ ଦିବସ ରୁପେ ପାଳନ କରିଥାଉ। 

ପ୍ରେମ ଦିବସ ପଛର କାହାଣୀ,  ଇଉରୋପର ରୋମ ସହରରେ ଜଣେ ରାଜା ରହୁଥିଲେ। ତାଙ୍କ ନାମ କ୍ଲୋଡିୟସ ଥିଲା। ସେ ଜଣେ ଜିଦ ଖୋର ରାଜାଥିଲେ। ଯାହା ଥରେ ସେ କରିବାକୁ ଚାହୁଁଥିଲେ ତାକୁ କଳେ ବଳେ କୌଶଳେ ହସଲ କରୁଥିଲେ। ସେ ଧିରେଧିରେ ଯୁଦ୍ଧରେ ଜୟ କରି ନିଜ ସାମ୍ରାଜ୍ୟକୁ ବିସ୍ତାର କରିବାକୁ ଲାଗିଲେ। ହେଲେ ସେ ଏହି ସମୟରେ ଜାଣିବାକୁ ପାଇଲେ ବିବାହିତ ଯୁବକଙ୍କ ଠାରୁ ଅବିବାହିତ ଯୁବକମାନେ ଅଧିକ ଶକ୍ତିଶାଳୀ। ଏହପରେ ତାଙ୍କ ରାଜ୍ୟରେ ଥିବା ସମସ୍ତ ଯୁବକଙ୍କୁ ବିବାହ କରିବାକୁ ମନା କରିଦେଲେ। ସମଗ୍ର ରାଜ୍ୟରେ ଏହି କଥାକୁ ନେଇ ଦୁଃଖର ବାତାବରଣ ଖେଳିଗଲା। ଏହି ସମୟରେ ରୋମରେ ଜଣେ ଦିଲଓ୍ବାଲା କ୍ୟାଥୋଲିଷ୍ଟ ଥିଲେ। ତାଙ୍କ ନାଁ ହେଉଛି ସେଣ୍ଟ ଭ୍ୟାଲେନଟାଇନ। ସେ ଏହି ଖବର ଜଣିବା ପରେ ଏହାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ। ସେ ରାଜାଙ୍କ ବିରୋଦ୍ଧରେ ପ୍ରଚାର ଓ ପ୍ରସାର କଲେ। ରୋମର ସମସ୍ତ ଯୁବକଙ୍କର ବିବାହ କରିବାକୁ ଲାଗିଲେ। ଏହି କଥା ରାଜା କ୍ଲୋଡିୟସ ଜାଣିବାକୁ ପାଇ ସେଣ୍ଟ ଭ୍ୟାଲେନଟାଇନକୁ କାରାଗାରରେ ବନ୍ଦୀ କରି ରଖିଲେ। ଏହି ସମୟରେ ସେହି କାରାଗାରକୁ ଜଣେ ଜେଲରଙ୍କ ଝିଅ ପ୍ରତିଦିନ ଆସୁଥିଲେ। ସେ କିନ୍ତୁ ଅନ୍ଧଥିଲେ, କାରଗାରରେ ଭ୍ୟାଲେନଟାଇନଙ୍କ ଦେଖାସୁଣା କରୁଥିଲେ। କିଛିଦିନ ବିତିବା ପରେ ସେଣ୍ଟ ଭ୍ୟାଲେନଟାଇନଙ୍କୁ ସର୍ବ ସମ୍ମୁଖରେ ଫାଶୀ ଦିଆଯିବାର ନିଷ୍ପତ୍ତି ନିଆଗଲା। ଫାଶୀ ପାଇବାର ପୂର୍ବରୁ ସେଣ୍ଟ ଭ୍ୟାଲେନଟାଇନ ଜେଲରେ ତାଙ୍କର ଯତ୍ନ ନେଉଥିବା ଯୁବତୀ ଜଣଙ୍କ ଆଖିକୁ ସ୍ନେହଭରା ସ୍ପର୍ଶ କରିଥିଲେ। ଏହା ପରେ ଝିଅର ଦୃଷ୍ଟି ଶକ୍ତି ଫେରି ଆସିଥିଲା। ସେ ବାପା ଜେଲରଙ୍କ ହାତରେ ସେ ଝିଅ ପାଇଁ ଗୋଟିଏ ଚିଠି ପଠାଇଥିଲେ। ସେ ଚିଠିରେ କେବଳ ଏତିକି ଲେଖାଯଆଇଥିଲା ‘ଫ୍ରମ ୟୁର ଭ୍ୟାଲେନଟାଇନ’। ଏହା ପରେ ୧୪ ଫେବୃଆରୀରେ ସର୍ବସମ୍ମଖରେ ତାଙ୍କୁ ଫଶୀ ଦିଆଯାଇଥିଲା। ଏହି ଫାଶୀ ସମୟରେ ହଜାର ହଜାର ଯୁବକଙ୍କ ଆଖିର ଲୁହକୁ ଦେଖି ରାଜା ନିଜ ଭୁଲ ବୁଝିପାରିଥିଲେ। ସମଗ୍ର ଦୁନିଆକୁ ଜଣେ ସନ୍ଥ ଭଲପାଇବାର ଶକ୍ତିକୁ ବୁଝାଇ ଭୂ-ପୃଷ୍ଠୁରୁ ଚିର ଦିନ ପାଇଁ ବିଦାୟ ନେଇଥିଲେ। ସେହି ଦିନଠାରୁ ସମଗ୍ର ଦେଶରେ ଭ୍ୟାଲେନଟାଇନଙ୍କ ନାମରେ ୧୪ ଫେବୃଆରୀକୁ ଭ୍ୟାଲେନଟାଇନ ଡେ ବା ପ୍ରେମ ଦିବସ ରୂପେ ପାଳନ କରାଯାଉଛି। ଏବେ ଏହାକୁ ବ୍ୟାପକ କରାଯାଇ ଭ୍ୟାଲେନଟାଇନ ଡେ କୁ ସପ୍ତାହ ବ୍ୟାପି ସମଗ୍ର ଦେଶରେ ପାଳନ କରାଯାଉଛି ।

- Advertisement -

ଫେବୃଆରୀ ୭ ତାରିଖରୁ ଏହି ସପ୍ତାହ ଆରମ୍ଭ ହୋଇ ୧୪ରେ ଶେଷ ହୋଇଥାଏ।

# ଫେବୃଆରୀ ୭କୁ ରୋଜ ଡେ ବା ଗୋଲାପ ଦିବସ ଭାବେ ପାଳନ କରାଯାଇଥାଏ। ଆମେ ଆମର ସାଥିଙ୍କୁ ଗୋଲାପ ଫୁଲ ଦେଇ ତାଙ୍କ ମନ ଜିଣିବାକୁ ଚେଷ୍ଟା କରିଥାଉ। ନାଲି ରଙ୍ଗର ଗୋଲାପ ପ୍ରେମର ପ୍ରତୀକ ହୋଇଥିବାବେଳେ ହଳଦିଆ ରଙ୍ଗର ଗୋଲାପ ବନ୍ଧୁତ୍ବର ପ୍ରତୀକ ଅଟେ। ସେହିପରେ ଧଳା ରଙ୍ଗର ଗୋଲାପ ଶାନ୍ତିର ପ୍ରତୀକ ଭାବେ ଆମେ ମାନିଥାଉ।

# ଫେବୃଆରୀ ୮ ତାରିଖକୁ ପ୍ରପୋଜ ଡେ ବା ପ୍ରେମ ନିବେଦନ ଦିବସ ଭାବେ ପାଳନ କରାଯାଇଥାଏ। ଆମେ ଭଳ ପାଉଥିବା ମଣିଷକୁ ମନର କଥା କହିଥାଉ।

# ଫବୃଆରୀ ୯ କୁ ଚକୋଲେଟ ଦିବସ ରୂପେ ପାଳନ କରାଯାଇଥାଏ। ଚକୋଲେଟ ଭଳି ମିଠା ଖାଦ୍ୟ ଦେଇ ସମ୍ପର୍କକୁ ମଜବୁତ କରିଥାନ୍ତି। କେହି ଚକୋଲେଟ ମଧ୍ୟ ଦେଇ ପ୍ରେମ ନିବେଦନ କରିଥାନ୍ତି।

# ଫେବୃଆରୀ ୧୦ ଟେଡି ଡେ , ସେହିପରି ୧୧ତାରିଖ ପ୍ରମିଜ ଡେ ବା ପ୍ରତିଶ୍ରୁତି ଦିବସ। ଏହି ଦିବସରେ ପରସ୍ପରଙ୍କୁ ପ୍ରତିଶ୍ରୁତି ଦେଇ ନିଜ ଭଲପାଇବାକୁ ମଜବୁତ କରିଥାନ୍ତି। ଫେବୃଆରୀ ୧୨ କିସ୍ ଡେ ବା ଚୁମ୍ବନ ଦିବସ। ଫେବୃଆରୀ ୧୩ ହଗ୍ ଡେ ବା ଆଲିଙ୍ଗନ ଦିବସ। ଶେଷରେ ଭ୍ୟାଲେନଟାଇନ ସପ୍ତାହର ଶେଷ ଦିନ ଭ୍ୟାଲେନଟାଇନ ଡେ ବା ପ୍ରେମ ଦିବସ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories