www.samajalive.in
Saturday, December 6, 2025
16.1 C
Bhubaneswar

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀଙ୍କୁ ସୁଶାସନ ଦିବସ ଭାବରେ ପାଳନ କଲା ବିଜେପି

ବୌଦ୍ଧ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀଙ୍କୁ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ସୁଶାସନ ଦିବସ ଭାବରେ ପାଳନ କରାଯାଇଛି। ଜିଲ୍ଲାର ୧୦ ଗୋଟି ମଣ୍ଡଳ, ୭୩ଟି ଶକ୍ତିକେନ୍ଦ୍ର, ୩ଟି ବ୍ଲକ, ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବୁଥମାନଙ୍କରେ ଭାରତରତ୍ନ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଛି। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଳା ବିଜେପି ସଭାପତି ବିପ୍ରଚରଣ ମହାନ୍ତି ଅଧ୍ୟକ୍ଷତା କରି ସ୍ୱର୍ଗତ ବାଜପେୟୀଙ୍କ ବଲିଷ୍ଠ ନେତୃତ୍ୱ ଓ ଦେଶ ପାଇଁ ଦେଖିଥିବା ସ୍ୱପ୍ନ ସଂପର୍କରେ ଆଲୋକପାତ କରିଥିଲେ। ସ୍ୱର୍ଗତ ବାଜପେୟୀ ୧୯୯୬ ରେ ୧୩ ଦିନ,୧୯୯୭ ରେ ୧୩ ମାସ ଓ ୧୯୯୭ ରେ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ସହିତ ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବରେ ସଂପୁର୍ଣ୍ଣ କାର୍ଯ୍ୟକାଳ ଶେଷ କରିଥିଲେ। ସେ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିବାବେଳେ ୨ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସ୍ୱର୍ଗତ ବାଜପେୟୀଙ୍କ ବଳିଷ୍ଠ ନେତୃତ୍ୱରେ ଭାରତ ସବୁ କ୍ଷେତ୍ରରେ ଅଗ୍ରଣୀ ହେବା ସହିତ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଓ ସ୍ୱର୍ଣ୍ଣ ଚତୁର୍ଭୁଜ ସଡକ ଯୋଜନା କରି ଯୋଗଯୋଗ କ୍ଷେତ୍ରରେ ତାଙ୍କର ଯୁଗାନ୍ତକାରୀ ପଦକ୍ଷେପ ଭାବରେ ସର୍ବଦା ପରିଗଣିତ ହେବ।

ଏହାବ୍ୟତୀତ ସ୍ୱର୍ଗତ ବାଜପେୟୀଙ୍କ ସମୟରେ ପୋଖରାନ ପରମାଣୁ ପରୀକ୍ଷା କରି ଭାରତ ପରମାଣୁ ଶକ୍ତିର ଅଧିକାରୀ ହୋଇଥିଲା। ଦେଶକୁ ଏକ ବିଶ୍ୱ ମହାଶକ୍ତି ଭାବରେ ପ୍ରସ୍ତୁତ କରିବା ତାଙ୍କର ସ୍ୱପ୍ନ ଓ ସଂକଳ୍ପ ଯୋଗୁଁ ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ସଂଚାର, ଗମନାଗମନ କ୍ଷେତ୍ରକୁ ସେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଆଲେଚାନା ସଭାରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ମନୋରଂଜନ ଦାଶ, ସୂର୍ଯ୍ୟନାରାୟଣ ମହାପାତ୍ର, ନମିତାରାଣୀ ଦାଶ, ବିଶିକେଶନ ପ୍ରଧାନ, ପ୍ରେମାନନ୍ଦ ମିଶ୍ର, ବ୍ୟୋମକେଶ ମହାପାତ୍ର, ସତ୍ୟାନନ୍ଦ ପାଣ୍ଡେ ଓ ଶ୍ୟାମସୁନ୍ଦର ପୁରୋହିତ ପ୍ରମୁଖ ଯୋଗଦେଇଥିଲେ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories