www.samajalive.in
Saturday, December 6, 2025
19.1 C
Bhubaneswar

ତ୍ରୁଟିପୂର୍ଣ୍ଣ ଅ​‌ସ୍ତ୍ରୋପଚାର ଯୋଗୁଁ ୮ବର୍ଷ ହେଲା ଖଟରେ ଇତିଶ୍ରୀ

ହରଭଙ୍ଗା : ଶୈଶବ ଅବସ୍ଥାରେ ହସିଲା ଖେଳିଲା ବେଳେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଅ​‌ସ୍ତ୍ରୋପଚାର ପାଇଁ ଈତିଶ୍ରୀ ଭଳି ଗୋଟିଏ ଆଠ ବର୍ଷର ଶିଶୁକନ୍ୟା ଚାଲି ବୁଲି ନପାରି ଖଟରେ ପଡରହିଛି। ଏଭଳି ଏକ ଦୁଃଖଦ ଘଟଣା ବବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୁଷଣପୁର ପଂଚାୟତ ଝାଡ୍ରାଜିଂ ଗ୍ରାମ କାରଗିଲ ସାହିର ବାସିନ୍ଦା କ୍ଷୀରୋଦ ନାଏକ ପତ୍ନୀ ଈନ୍ଦ୍ରା ନାଏକଙ୍କ କ୍ଷେତ୍ରରେ ଘଟିଛି। ଦୀର୍ଘ ଆଠବର୍ଷ ତଳର କଥା। ପରିବାର ଲୋକଙ୍କ କହିବାଅନୁସାରେ ଗତ ୨୦୧୩ ନଭେମ୍ବର ମାସରେ ଫୁଲବାଣୀ ସରକାରୀ ଡାକ୍ତରଖାନରେ ଅ​‌ସ୍ତ୍ରୋପଚାର ପରେ କ୍ଷୀରୋଦଙ୍କ ଶିଶୁ କନ୍ୟା ଇତିଶ୍ରୀ ଜନ୍ମ ହେଲା। ଜନ୍ମ ପରେ ଶିଶୁଟିର ସ୍ୱାସ୍ଥ୍ୟଗତ କାରଣରୁ ତାକୁ ଆଇ.ସି.ୟୁରେ କିଛଦିନ ରଖାଯାଇଥିଲା। ଏଗାରଦିନ ପରେ ଶିଶୁ କନ୍ୟାକୁ ବାପା-ମଆକୁ ହସ୍ତାନ୍ତର ପରେ ଝିଅକୁ ଧରି ଦୁହେଁ ହସଖୁସିରେ ସେଦିନ ଘରକୁ ଫେରିଥିଲେ। ପ୍ରଥମ କନ୍ୟା ସନ୍ତାନକୁ ନେଇ ଉଭୟ ପତି ପତ୍ନୀ ଅନେକ ସ୍ୱପ୍ନ ଦେଖିଥିଲେ। ଘରେ ଆସି କିଛିଦିନ ପରେ ଦେଖିଲା ପରେ ଶିଶୁର ମୁଣ୍ଡ ପଛଭାଗରେ ଏକ କ୍ଷତାକ୍ତ ଚିହ୍ନ ଦେଖୀ ଦୁହେଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କିଛି ବୁଝିଲା ପୂର୍ବରୁ ସବୁ ଓଲଟପାଲଟ ହୋଇଯାଇଥିଲା। ଛୁଆଟିର କ୍ରମଶଃ ଶରୀର ବୃଦ୍ଧି  ଘଟିବା ପରିବର୍ତ୍ତେ ଦିନକୁ ଦିନ ତାର ସ୍ୱାସ୍ଥ୍ୟବସ୍ଥା ବିଗିଡାବୁ ବସିଲା। ଏନେଇ ଦୁହେଁ ମେଡିକାଲ ଧାଇଁ ଧାଇଁ ସର୍ବସ୍ୱ ହରାଇଲେ। ପିଲାଟିର ସ୍ୱାସ୍ଥ୍ୟ ସମସ୍ୟାରେ କୌଣସି ଉନ୍ନତି ହେଲାନାହିଁ। ଫଳରେ ଦୀର୍ଘ ଆଠବର୍ଷ ହେଲା ଇତିଶ୍ରୀ ଚାଲି ବୁଲି ଠିଆ ହୋଇନପାରି ଖଟରେ ପଡିରହିଛି। ତ୍ରୁଟିପୂର୍ଣ୍ଣ ଅ​‌ସ୍ତ୍ରୋପଚାର ଯୋଗୁଁ ଇତିଶ୍ରୀର ଏଭଳି ଅବସ୍ଥା ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ଗୋଟିଏ  ଗରିବ ବାପା-ମାଅକୁ ଏହି ଦଣ୍ଡ ଭୋଗିବାକୁ ପଡୁଛି। ମୂଲ ମଜୁରୀ କରି ପରିବାର ଚଳୁଥିବା ବେଳେ ଝିଅର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ଉଭୟ ପତି ପତ୍ନୀ ଆକୁଳ ନିବେଦନ କରିଛନ୍ତି। ତୁରନ୍ତ ଏଥିପ୍ରତି ଜିଲ୍ଲାପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories