www.samajalive.in
Saturday, December 6, 2025
17.1 C
Bhubaneswar

ଅତାବିରା ସ୍ୱାସ୍ଥ୍ୟକେନ୍ଦ୍ରରେ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଓ ୨୦୦ରୁ ଊର୍ଦ୍ଧ୍ବଙ୍କୁ କରୋନା ଟିକା ପ୍ରଦାନ

ରେଙ୍ଗାଲି କେମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକର ବରିଷ୍ଠ ନାଗରିକ କରୋନା ଟିକା ନେବା ପାଇଁ ଆଜି ଅଣ୍ଟା ଭିଡିଥିଲେ। ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ସକାଳ ୯ଟାରେ ସଂଘର ସଭାପତି ବେଣୁଧର ମିଶ୍ରଙ୍କ ସଭାପତିତ୍ୱରେ ୬୦ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ଦିଆଯାଇଥିଲା। ପ୍ରଥମେ ବରିଷ୍ଠ ନାଗରିକମାନଙ୍କର ପଞ୍ଜିକରଣ କରାଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ମାଗଣାରେ କୋଭିସିଲ୍ଡ ଟୀକା ଦିଆଯାଇଥିଲା।ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡାକ୍ତର ରବି ନାରାୟଣ ମିଶ୍ରଙ୍କ ଦ୍ଵାରା ବରିଷ୍ଠ ନାଗରିକମାନଙ୍କ ପାଇଁ ପ୍ରବଳ ତାପମାତ୍ରା ଯୋଗୁଁ ବିଭିନ୍ନ ସୁବ୍ୟବସ୍ଥା କରାଯାଇଥିଲା। ଏମାନଙ୍କୁ ସମ୍ମାନ ଜଣାଇବା ସହ ଡାକ୍ତର ମିଶ୍ର ଟିକା ଦେବାର ବ୍ୟବସ୍ଥା କରିଥିଲେ। ଏହି ଟିକାକରଣରେ ସଂପାଦକ ଭୋଳାନାଥ ପ୍ରଧାନ, ସହ ସଂପାଦକ ଜପରାମ ବାରିକ, ଅଡିଟର ବିରେନ୍ଦ୍ର ପ୍ରସାଦ ମିଶ୍ର, ଉପେନ୍ଦ୍ର ମିଶ୍ର, ରଘୁ ବାରିକ, ପାନିବୁଡ଼ି ପଧାନ, ବନମାଳୀ ବରିହା ପ୍ରମୁଖଙ୍କ ସକ୍ରିୟ ସହଯୋଗ ରହିଥିଲା। ପରିଶେଷରେ ଡାକ୍ତର ରବି ନାରାୟଣ ମିଶ୍ର ବରିଷ୍ଠ ନାଗରିକଙ୍କୁ ଯେଭଳି ଭାବେ ସମ୍ମାନ ଜଣାଇ ଟିକାକରଣ କରିଥିଲେ ସେଥି ସକାଶେ ସଂଘ ପକ୍ଷରୁ ସମ୍ପୂର୍ଣ୍ଣ ସନ୍ତୋଷ ପ୍ରକାଶ କରିବା ସହ ଧନ୍ୟବାଦ ଜଣାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories