www.samajalive.in
Saturday, December 6, 2025
26.1 C
Bhubaneswar

୫ କୋଟି ମୂଲ୍ୟର ସିଂହାସନ ଚୋରି ହୋଇଥିବା ଅଭିଯୋଗ

ଏହା ସଭିଁଙ୍କୁ ଜଣା ଦେଶ ସ୍ୱାଧୀନ ହେବା ପୂର୍ବରୁ ଭାରତରେ ରାଜାଙ୍କ ଶାସନ ରହିଥିଲା। ୧୯୪୭ ମସିହା ପରେ ରାଜା ଶାସନ ବ୍ୟବସ୍ଥା ଶେଷ ହୋଇଥିଲା। ମାତ୍ର ବର୍ତ୍ତମାନ ମଧ୍ୟ ରାଜ ପରିବାର ସମ୍ପତିକୁ ନେଇ କଳହ ଲାଗି ରହିଛି ବୋଲି କୁହାଯାଉଛି।
ଏପରି ଏକ ଘଟଣା ଉତ୍ତରପ୍ରଦେଶର ରାମପୁରରେ ଘଟିଛି। ସେଠାକାର ଶେଷ ନବାବ ଅର୍ଥାତ ରାଜା ଅଲୀ ଖାନଙ୍କ ସମ୍ପତ୍ତିକୁ ନେଇ ମାମଲାରେ ତାଙ୍କ ପୁଅ କାଜିମ ଅଲୀ ଖାନ ଓରଫ ନବେଦ ହୀରା ଓ ଅନ୍ୟ ମୂଲ୍ୟବାନ ଧାତୁ ଖଞ୍ଜା ହୋଇଥିବା ରାଜ ସିଂହାସନ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି। ତାଙ୍କ ମତରେ ସେହି ସିଂହାସନର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ।
ଏହାସହ ସେ କହିଥିଲେ ସିଂହାସନର ମୂଲ୍ୟ ସେମାନଙ୍କ ଠାରୁ ଆଦାୟ କରାଯିବ ଯାହାଙ୍କ ଅଧିନରେ ନବାନଙ୍କ ମହଲ (ରାଜପ୍ରସାଦ) ରହିଥିଲା। ସିଂହାସନ ମୂଲ୍ୟ , ତାହାର ଥିବା ଫଟୋରୁ , ଏହାର ମୂଲ୍ୟ ୫ କୋଟି ହେବ ବୋଲି କହିଥିଲେ।
ନବେଦଙ୍କ ମତାନୁଯାୟୀ, ୨ଟି ସିଂହାସନ ଥିଲା। ଗୋଟିଏ ରାଜ ଦରବାରର ସଭା ସ୍ଥାନରେ ରଖାଯାଇଥିଲା ଓ ୨ୟଟି ଅନ୍ୟ ଏକ ମହଲାରେ ରଖାଯାଥିଲା। ଯାହା ଚାନ୍ଦିର ଥିଲା। ୧୯୪୯ରେ ଏହାକୁ ଅଣାଯାଇଥିଲା। ଏହାସହ ସେ କହିଥିଲେ ଏହା କେବଳ ରାଜାଙ୍କର ନୁହେଁ ବରଂ ସାରା ଦେଶର ସମ୍ପତ୍ତି।

 

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories