www.samajalive.in
Saturday, December 6, 2025
19.1 C
Bhubaneswar

ହୀରାକୁଦ ଜଳ ଭଣ୍ଡାରରେ କମୁଛି ଜଳସ୍ତର, ସ୍ଥିତି ସୁଧୁରିବାକୁ ଲାଗିବ ଆଉ ୪ ଦିନ

ଭୁବନେଶ୍ୱର : ଲଗାଣ ବର୍ଷା ସହ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିର ସୁଧାର ଆସିବାକୁ ଆହୁରି ୪ ଦିନ ଲାଗିବ ବୋଲି ସୂଚନା ଦେଇଛନ୍ତି  ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ସେ କହିଛନ୍ତି ଯେ ବର୍ତ୍ତମାନ  ମହାନଦୀ ଉପର ମୁଣ୍ଡରେ ଆଉ ବର୍ଷା ହେଉନାହିଁ। ଯାହା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ମଧ୍ୟ ହ୍ରାସ ପାଉଛି।

ଗତକାଲି ହୀରାକୁଦକୁ ୯ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିଲା । ପ୍ରଥମେ ୪୬ଟି ଗେଟ୍ ଖୋଲିଥିବା ବେଳେ ଏବେ ୩୪ଟି ଗେଟ ଖୋଲା ଅଛି । ଏବେ ହୀରାକୁଦରେ ଜଳପତ୍ତନ କମୁଛି । ଡ୍ୟାମର ଜଳଧାରଣା କ୍ଷମତା ୬୩୦ ଫୁଟ ଥିବା ବେଳେ ଜଳପତ୍ତନ ଏବେ ୬୧୭.୦୮ ଫୁଟ ରହିଛି । ଡ୍ୟାମକୁ ୫ ଲକ୍ଷ ୩ ହଜାର ୧୦୯ କ୍ୟୁସେକ ଜଳ ପଶୁଛି । ଏଥିସହ ଡ୍ୟାମରୁ ୫ ଲକ୍ଷ ୯୮ ହଜାର ୪୦୯ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଏଥିସହ ୩୪ଟି ଗେଟ୍‌ରେ ୬ ଲକ୍ଷ କ୍ୟୁସେକ ଜଳ ଛଡ଼ାଯାଉଛି । ମୁଣ୍ଡଳୀରେ ୧୦ ଲକ୍ଷ ୨୬ ହଜାର କ୍ୟୁସେକ ଜଳ ଯାଉଛି । ଏହା ଦିନ ଦୁଇଟା ପର୍ଯ୍ୟନ୍ତ ଚାଲୁ ରହିବ । ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୩୬ଟି ଘାଇ ସୃଷ୍ଟି ହୋଇଛି । ଆହୁରି ଅଧିକ ଘାଇ ସୃଷ୍ଟି ହୋଇଥାନ୍ତା, କିନ୍ତୁ ଅନୁଭୂତି ସଂପନ୍ନ ଅଫିସରଙ୍କ ପାଇଁ କମିଛି । ମହାନଦୀ ସିଷ୍ଟମରେ ୫ଟି ଘାଇ ସୃଷ୍ଟି ହୋଇଛି । ସ୍ଥିତି ସୁଧୁରିବାକୁ ଆଉ ୪ ଦିନ ଲାଗିବ ବୋଲି ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି ।

- Advertisement -

ଜଳସଂପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତି ଜାଗାରେ ଫ୍ଲଡ଼ ଫାଇଟିଂ ମ୍ୟାଟେରିଆଲ ଅଛି । ବହୁ ନଦୀରେ ବିପଦ ସଂକେତ ଉପରେ। ବାମ ପଟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡାକୁ ପାଣି ଯାଉଛି। ପାଣି ନିଷ୍କାସନ ହେବାକୁ ୪ ଦିନ ସମୟ ଲାଗିବ। ଆଜି ୧୦ ଟି ଘଳିଆ ମାରିଛନ୍ତି ଅଧିକାରୀ ମାନେ । ଦୟା ଓ କେନ୍ଦ୍ରାପଡାରେ ଘଳିଆ ମରାଯାଇଛି । ବର୍ତମାନ ହୀରାକୁଦର ଜଳସ୍ତର ୬୧୭:୦୮ ଫୁଟ ଅଛି । ବୈତରଣୀରେ ଅଧିକ ଜଳ ଆସିଥିଲା । ରେଙ୍ଗାଳୀର ସବୁ ଗେଟ ବନ୍ଦ ରହିଛି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories