ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ସରକାରର ମନ୍ତ୍ରୀମଣ୍ଡଳର ଆଉ ଜଣେ ମନ୍ତ୍ରୀ ସତୀଶ ମାହାନା କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ମନ୍ତ୍ରୀ ନିଜେ ଟ୍ୱିଟ କରି ସେ କରୋନା ପଜିଟିଭ ବୋଲି ଜଣାଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖି ମୁଁ ଗତକାଲି ନିଜର କରୋନା ଟେଷ୍ଟ କରିଥିଲି। ଯାହାର ରିପୋର୍ଟ ପଜିଟିଭ ଆସିଛି। ଡ଼ାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ନିଜେ ଆଇସୋଲେସନରେ ରହିଛି। ଏହାସହ ନିକଟରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ମଧ୍ୟ ଟେଷ୍ଟ କରାଇ ନିଅନ୍ତୁ।
ଉତ୍ତରପ୍ରଦେଶର ଆଉ ଜଣେ ମନ୍ତ୍ରୀ ସତୀଶ ମାହାନା କରୋନା ପଜିଟିଭ
Popular Categories



