www.samajalive.in
Saturday, December 6, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଗଜପତି ଫେରିଲେ ଜଗପତି କାର୍ଯୀ

ରାୟଗଡ଼: ଦୀର୍ଘ ୩୫ ବର୍ଷ ପରେ ଗଜପତି ଫେରିଲେ ଜଗପତି କାର୍ଯୀ । ତାଙ୍କ ପ୍ରକୃତ ନାମ ହେଉଛି ଦୟା ଭୂୟାଁ । ରାୟଗଡ଼ ବ୍ଲକ ଅନ୍ତର୍ଗତ ତାଳମୁଣ୍ଡା ପଞ୍ଚାୟତର ଆବରସିଙ୍ଗ ଗ୍ରାମର ସ୍ବର୍ଗତ ମାଗତା ଭୂୟାଁଙ୍କ ପ୍ରଥମ ପୁଅ। ଆଜିକୁ ଦୀର୍ଘ ୩୫ ବର୍ଷ ତଳେ ଜଗପତି କାର୍ଯୀ ରୋଜଗାର କରିବା ଉଦ୍ଦେଶ୍ୟରେ ଅରୁଣାଚଳ ପ୍ରଦେଶ ଯାଇଥିଲେ ଓ କୌଣସି କାରଣ ବଶତଃ କମ୍ପାନୀ ବନ୍ଦ ହୋଇଯିବା ପରେ ସେଠାରେ ଲୋୟର ସୁବନସିରି ଜିଲାର ଜିରୋ ଟାଉନ ଅଞ୍ଚଳରେ ଥିବା ଜଙ୍ଗଲର ନିକଟବର୍ତ୍ତୀ ଅଞ୍ଚଳରେରେ ଏକାକୀ ବସବାସ କରୁଥିଲେ ।

ଜନ୍ମସ୍ଥାନ ଓଡିଶାକୁ ଫେରିବା ପାଇଁ ଇଚ୍ଛା ଥିଲେ ମଧ୍ୟ ପଇସା ଓ ସାହାଯ୍ୟ ସହଯୋଗ ଅଭାବରୁ ସେ ଘରକୁ ଫେରି ପାରୁ ନ ଥିଲେ । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଏହି କଥା ଜାଣିବାପରେ ଓଡିଶା ମୋ ପରିବାରକୁ ନିର୍ଦ୍ଦେଶ ଦେଇଥିଲେ ତାଙ୍କୁ ଫେରାଇ ଆଣିବା ପାଇଁ । ‘ଓଡିଶା ମୋ ପରିବାର’ର ଅନୁରୋଧ କ୍ରମେ ତାଙ୍କର ପରିବାର ବର୍ଗ ଗଜପତି ଜିଲାପାଳଙ୍କୁ ଯୋଗାଯୋଗ କରିଥିଲେ। ପରେ ଗଜପତି ଜିଲାପାଳ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସୁଭାଷ ଚନ୍ଦ୍ର ମଣ୍ଡଳଙ୍କୁ ଅରୁଣାଚଳ ପ୍ରଦେଶ ପଠାଇଥିଲେ ଓ ସାହାଯ୍ୟ ସହଯୋଗ କରିଥିଲେ। ଜଗପତି କାର୍ଯୀ ବର୍ତ୍ତମାନ ଗାଁକୁ ଫେରି ଆସିଛନ୍ତି ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories