www.samajalive.in
Friday, December 5, 2025
20.1 C
Bhubaneswar

ଜାତୀୟ କ୍ରୀଡ଼ା ଦିବସରେ ମେଜର ଧ୍ୟାନ ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହକି କିମ୍ବଦନ୍ତୀ ମେଜର ଧ୍ୟାନ ଚାନ୍ଦଙ୍କୁ ତାଙ୍କ ୧୧୫ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତାଙ୍କ ହକି ଷ୍ଟିକର ଯାଦୁ କେବେବି ଭୁଲି ହେବ ନାହିଁ।

ପ୍ରତିବର୍ଷ ଅଗଷ୍ଟ ୨୯ରେ ହକି କିମ୍ବଦନ୍ତୀ ଧ୍ୟାନ ଚାନ୍ଦଙ୍କ ଜନ୍ମ ବାର୍ଷିକୀକୁ ଦେଶରେ ଜାତୀୟ କ୍ରୀଡା ଦିବସ ଭାବେ ପାଳନ କରାଯାଇ ଥାଏ। ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି କହିଛନ୍ତି, ‘ଆଜି ଜାତୀୟ କ୍ରୀଡା ଦିବସରେ ଆମେ ମେଜର ଧ୍ୟାନ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ, ତାଙ୍କ ହକି ଷ୍ଟିକର ଯାଦୁ କେବେ ବି ଭୁଲି ହେବ ନାହିଁ। ଆମର ପ୍ରତିଭାଶାଳୀ ଖେଳାଳିଙ୍କ ସଫଳତା ଦିଗରେ ତାଙ୍କ ପରିବାର, ପ୍ରଶିକ୍ଷକ ଏବଂ ସହଯୋଗୀଙ୍କ ଅବଦାନ ଅତୁଳନୀୟ।’

- Advertisement -

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତୀୟ କ୍ରୀଡ଼ା ଦିବସ ହେଉଛି ସେହି ସମସ୍ତ ଆଦର୍ଶ କ୍ରୀଡ଼ାବିତଙ୍କ ଉଲ୍ଲେଖନୀୟ ସଫଳତାକୁ ପାଳନ କରିବାର ଦିନ ଯେଉଁମାନେ ବିଭିନ୍ନ କ୍ରୀଡ଼ାରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି ଏବଂ ଆମ ଦେଶକୁ ଗର୍ବିତ କରିଛନ୍ତି। ସେମାନଙ୍କର ଦୃଢ଼ତା ଏବଂ ନିଷ୍ଠା ଉଲ୍ଲେଖନୀୟ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶରେ କ୍ରୀଡ଼ାକୁ ଲୋକପ୍ରିୟ କରିବା ଏବଂ କ୍ରୀଡ଼ା ପ୍ରତିଭାକୁ ସମର୍ଥନ କରିବା ପାଇଁ ସରକାର ସମସ୍ତ ଉଦ୍ୟମ କରୁଛନ୍ତି।

ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ‘ଭାରତ ସରକାର କ୍ରୀଡାକୁ ଲୋକପ୍ରିୟ କରିବା ଏବଂ କ୍ରୀଡା ପ୍ରତିଭାକୁ ସମର୍ଥନ କରିବା ପାଇଁ ଅନେକ ଉଦ୍ୟମ କରୁଛନ୍ତି। ଏଥି ସହିତ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ କ୍ରୀଡା ଏବଂ ଫିଟନେସ୍ ବ୍ୟାୟାମକୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟର ଏକ ଅଂଶ କରନ୍ତୁ। ଏହା କରିବାର ଅନେକ ଲାଭ ଅଛି। ସମସ୍ତେ ଖୁସିରେ ଏବଂ ସୁସ୍ଥ ରହନ୍ତୁ। କିମ୍ବଦନ୍ତୀ ହକି ଖେଳାଳି ଧ୍ୟାନ ଚାନ୍ଦ ୧୯୦୫ ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଯାଦୁକର ହକି ଦକ୍ଷତା ପାଇଁ ଜଣାଶୁଣା ଥିଲେ। ସେ ୧୯୨୮, ୧୯୩୨ ଏବଂ ୧୯୩୬ରେ ଭାରତକୁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଦେବାରେ ସମର୍ଥ ହୋଇଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories