ଉତ୍ତରକାଶୀ: ଦୀପାବଳି ଦିନଠାରୁ ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ ଯେକୌଣସି ମୁହୂର୍ତ୍ତରେ ବାହାରକୁ ବାହାରିପାରନ୍ତି। ଟନେଲ ଭିତରେ ମେଡିକାଲ ଟିମ୍ ପହଞ୍ଚି ସାରିଛି ଏବଂ ସେଠାରେ ଅସ୍ଥାୟୀ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି। ଶ୍ରମିକଙ୍କ ପରିବାର ସଦସ୍ୟ ମଧ୍ୟ ଟନେଲ୍ ନିକଟରେ ଅପେକ୍ଷା କରି ରହିଛନ୍ତି। ଇତି ମଧ୍ୟରେ ଏନଡିଏମଏ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ(ଅବସରପ୍ରାନ୍ତ) ସୈୟଦ ଅତା ହସମ୍ୟାନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଆମେ ସଫଳତାର ଖୁବ୍ ନିକଟତର। ଏବେ ଆଉ ୨ ମିଟର ଖନନ ବାକି ଅଛି। ଆମେ ୫୮ ମିଟର ଖନନ କାର୍ଯ୍ୟ ଶେଷ କରିସାରିଲୁଣି। ଭିତରେ ଫସି ରହିଥିବା ଶ୍ରମିକମାନେ କହିଛନ୍ତି ଯେ, ସେମାନେ କାର୍ଯ୍ୟର ଶବ୍ଦ ଶୁଣିପାରୁଛନ୍ତି।
Comments are closed.