www.samajalive.in
Saturday, December 6, 2025
23.1 C
Bhubaneswar

ମୁକ୍ତିଲାଭ ପୂର୍ବରୁ ମୋଟା ଅଙ୍କର ଆୟ କଲାଣି ‘ସାଲାର’

ମୁମ୍ବଇ: ଡିସେମ୍ବର ମାସ ସିନେପ୍ରେମୀଙ୍କ ପାଇଁ ଖୁବ୍‌ ଖାସ୍‌ ହେବାକୁ ଯାଉଛି। ଆରମ୍ଭରେ ‘ଆନିମଲ୍‌’ ଓ ‘ସାମ୍ ବାହାଦୁର’ ଭଳି ଚଳଚ୍ଚିତ୍ର ରିଲିଜ୍‌ ହେବାକୁ ଥିବା ବେଳେ ବର୍ଷର ଶେଷ ଭାଗରେ ‘ଡଙ୍କୀ’ ଓ ‘ସାଲାର’ ମଧ୍ୟରେ ବକ୍ସ ଅଫିସରେ ଟକ୍କର ହେବ। ପ୍ରଭାସଙ୍କ ‘ସାଲାର: ପାର୍ଟ ୱନ-ସିଜ୍‌ଫାୟାର’କୁ ନେଇ ପ୍ରଶଂସକ ବେଶ୍‌ ଉତ୍ସାହିତ। ସାମାଜିକ ଗଣମାଧ୍ୟମରେ ଫିଲ୍ମର ଅପ୍‌ଡେଟ୍‌ ଲଗାତର ଭାବେ ଶେୟାର କରାଯାଉଛି। ଇତି ମଧ୍ୟରେ ‘ସାଲାର’ର ଅଗ୍ରୀମ ବୁକିଂକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।

ପ୍ରଶାନ୍ତ ନୀଲ ନିର୍ଦ୍ଦେଶିତ ‘ସାଲାର’ର ପ୍ରମୋସନ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। କିନ୍ତୁ ଫିଲ୍ମ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି। ଭାରତରେ ଏହାର ଅଗ୍ରୀମ ବୁକିଂ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, କିନ୍ତୁ ୟୁଏସଏରେ ଅଗ୍ରୀମ ବୁକିଂରେ ‘ସାଲାର’ ବେଶ୍‌ ଭଲ ଆୟ କରିଛି। ମିଳିଥିବା ସୂଚନା ଅନୁସାରେ, ‘ସାଲାର’ ଆମେରିକାରେ ଅଗ୍ରୀମ ବୁକିଂରେ ୨ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ଆୟ କରିସାରିଲାଣି। ସାମାଜିକ ଗଣମାଧ୍ୟମରେ ଫିଲ୍ମର ଆଡଭାନ୍ସ ବୁକିଂର ସର୍ବଶେଷ ଆୟ ସାମ୍ନାକୁ ଆସିଛି। ବର୍ତ୍ତମାନ ପର୍ଯ୍ୟନ୍ତ ‘ସାଲାର’ର ପ୍ରାୟ ୧୦ ହଜାର ଟିକେଟ୍ ବିକ୍ରି ହୋଇସାରିଛି। ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ ‘ସାଲାର’ ୩୦୬ଟି ସ୍ଥାନରୁ ୨ କୋଟି ୩ ଲକ୍ଷ ଟଙ୍କା ଆୟ କରିଛି।

- Advertisement -

ମୁକ୍ତିଲାଭ ପାଇଁ ୨୪ ଦିନ ବାକି ଥିବା ବେଳେ ପ୍ରଭାସଙ୍କ ‘ସାଲାର’ ଅଗ୍ରୀମ ବୁକିଂରେ ଆଗକୁ ବଢି ଚାଲିଛି। ତେ​‌ବେ ଫିଲ୍ମର ଟ୍ରେଲର ଏପର୍ଯ୍ୟନ୍ତ ରିଲିଜ୍‌ ହୋଇନାହିଁ। ଡିସେମ୍ବର ୧ରେ ଏହାର ଟ୍ରେଲର ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories