ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ପିଥୌରାଗଡରେ ଧୌଲିଗଙ୍ଗା ପାଓ୍ବର ପ୍ରକଳ୍ପ ଟନେଲରେ ଫସିଥିବା ୧୯ କର୍ମଚାରୀଙ୍କ ମଧ୍ୟରୁ ୮ ଜଣଙ୍କୁ ରବିବାର ସୁରକ୍ଷିତ ଭାବେ ବାହାର କରାଯାଇଛି । ଶନିବାର ଭୂସ୍ଖଳନ ଯୋଗୁଁ ଟନେଲ ରାସ୍ତା ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ସୁଦ୍ଧା ୧୯ରୁ ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଭୂସ୍ଖଳନ ଯୋଗୁଁ ପଥର ଖଣ୍ଡ ଜମା ହୋଇଯାଇଛି ଯାହାକୁ ହଟାଇବା ପାଇଁ ମେସିନକୁ କାମରେ ଲଗାଯାଇଛି । ବାକି ୧୧ ଜଣଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି । ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ପଞ୍ଜାବର ୮ ଜିଲାରେ ୧୦୧୮ ଗାଁରେ ବନ୍ୟା ସ୍ଥିତି ଉପୁଜିଛି । ବନ୍ୟା ପାଣି ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇସାରିଛି । ୩ ଜଣ ନିଖୋଜ ଅଛନ୍ତି । ୧୧ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
Popular Categories



