www.samajalive.in
Saturday, December 6, 2025
19.1 C
Bhubaneswar

ଆଜମ ଖାନ ଭୂ-ମାଫିଆ ଘୋଷିତ, ନୂଆ ୧୦ ମାମଲା ରୁଜୁ

ମୁରଦାବାଦ : ସମାଜବାଦୀ ପାର୍ଟି ନେତା ତଥା ରାମପୁର ସାଂସଦ ଆଜମ ଖାନଙ୍କୁ ଗୁରୁବାର ରାମପୁର ଜିଲା ପ୍ରଶାସନ ଭୂ-ମାଫିଆ ଘୋଷିତ କରିଛି। ଏହାସହ ଜମି ଜବରଦଖଲ ନେଇ ତାଙ୍କ ବିରୋଧରେ ଅଜିମନଗର ଥାନାରେ ୧୦ଟି ନୂଆ ମାମଲା ରୁଜୁ ହୋଇଛି।
ରାମପୁର ଏସ୍‍ପି ଅଜୟ ପାଲ ଶର୍ମାଙ୍କ କହିବା ଅନୁସାରେ ଜମି ଜବରଦଖଲ ନେଇ ଆଜମ ଖାନଙ୍କ ବିରୋଧରେ ଏପର୍ଯ୍ୟନ୍ତ ୨୩ଟି ମାମଲା ରୁଜୁ ହୋଇଛି। ସେ ସ୍ଥାନୀୟ କୃଷକଙ୍କୁ ଡରାଇ-ଧମକାଇ ବଳପୂର୍ବକ ଜମି ଜବରଦଖଲ କରିଥିବା ଅଭିଯୋଗ ରହିଛି। ଏହି ମାମଲାର ତଦନ୍ତ ପାଇଁ ଏକ ତଦନ୍ତକାରୀ ଦଳ ଗଠନ କରାଯାଇଛି। ଅପରପକ୍ଷରେ ଆଜମ ଖାନ ଜମି ଜବରଦଖଲର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କୁ ହରାଇଥିଲେ, ତେଣୁ ତାଙ୍କୁ ଏହାର ଦଣ୍ଡ ମିଳୁଛି ବୋଲି ସେ କହିଛନ୍ତି। ରାମପୁର ପ୍ରଶାସନ ଗୁରୁବାର ରାଜ୍ୟ ସରକାରଙ୍କ ଆଣ୍ଟି ଭୂ ମାଫିଆ ପୋର୍ଟାଲରେ ଆଜମ ଖାନଙ୍କ ନାମକୁ ସାମିଲ କରିଛି। ଅର୍ଥାତ ସାଂସଦ ଆଜମ ଖାନ ଭୂ-ମାଫିଆ ଘୋଷିତ ହୋଇଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories