ଶ୍ରାଦ୍ଧ ଦିବସ ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରାଣକୃଷ୍ଣ ପରିଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର:ଜଗତସିଂହପୁର ଜିଲା ବାଲିକୁଦା ମାଟିର ବରପୁତ୍ର , ଅ।ନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଉଦ୍ଭିଦ ବିଜ୍ଞାନୀ ବୈଜ୍ଞାନିକ ଡଃ ପ୍ରାଣକୃଷ୍ଣ ପରିଜାଙ୍କ ୪୪ ତମ ପୁଣ୍ୟତିଥି ଅବସରରେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରସ୍ଥିତ ତାଙ୍କର ପୂର୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଳସଂପଦ , ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଅତିଥି ଭାବରେ ଯୋଗ ଦେଇ ସ୍ବର୍ଗତ ପରିଜାଙ୍କର ସ୍ମୃତି ଚ।ରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅନୁସଚିବ ଲଷ୍ମୀଧର ବେହେରା, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ବାଲିକୁଦା ପିପୁଲସ ଆସୋସିଏସନର ସାଧାରଣ ସମ୍ପାଦକ ଡାକ୍ତର ପ୍ରମୋଦ କୁମାର ବିଶ୍ବାଳ, ସହ ସମ୍ପାଦକ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସଭ୍ୟ ସର୍ବଶ୍ରୀ ଅଭୟ କୁମାର ପରିଡା, ଶରତ ଚନ୍ଦ୍ର ଆଚାର୍ଯ୍ୟ, ଚୈତନ୍ୟ ଚରଣ ପରିଡା, ଡାକ୍ତର ସନ୍ତୋଷ ବେହେରା, ପ୍ରକାଶ ତ୍ରିପାଠୀ, ବୀର କିଶୋର ରାଉତ, ସୌମ୍ୟ ରଞ୍ଜନ ପ୍ରଧାନ, ବିଭୁଦତ୍ତ ରଥ, ପୂର୍ବତନ କର୍ପୋରେଟର ନରେନ ସାହୁ , ଉମାନାଥ ମିଶ୍ର, ରମାନାଥ ସାମନ୍ତରାୟ, ରାମଚନ୍ଦ୍ର ପ୍ରଧାନ, ଗୁରୁଚରଣ ସାହୁ, ରାଜକିଶୋର ସାହୁ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ପ୍ରବୀର ମହାନ୍ତି, ସତ୍ୟବ୍ରତ ଜେନା, ଏବଂ ଉତ୍କଳ ଓ କିଟ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସ୍ବର୍ଗତ ପରିଜାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଡଃ ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତିରେ ତାଙ୍କର ଜନ୍ମସ୍ଥାନ ବାଲିକୁଦା ବ୍ଲକ ଇଚ୍ଛାପୁରଠାରେ ସ୍ମୃତି ସ୍ତମ୍ଭ ସ୍ଥାପନ ଓ ପରିଜା ପାଠାଗାର ସ୍ଥାପନ ପାଇଁ ଅନୁଷ୍ଠାନ ତରଫରୁ ମନ୍ତ୍ରୀଙ୍କୁ ଅନୁରୋଧ କରଯାଇଥିଲା। ଏହାସହିତ ପ୍ରତିବର୍ଷ ଡ.ପରିଜାଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ପାଇଁ ଅନୁରୋଧ କରାଯାଇଥିଲା।
Comments are closed.