www.samajalive.in
Saturday, December 6, 2025
26.1 C
Bhubaneswar

ଦନ୍ତାହାତୀର ଗଳିତ ଶବ ଜବତ୍ କଲା ଏସଟିଏଫ୍

ବଡ଼ମ୍ବା : ବଡ଼ମ୍ବାରେ ଘନଘନ ଚୋରି ଘଟଣାକୁ ନେଇ ପୁଲିସ ନିଷ୍କ୍ରିୟତା ଚର୍ଚ୍ଚାରେ ରହିଥିବା ବେଳେ ଗୁରୁବାର ସ୍ଥାନୀୟ ବନ ବିଭାଗର ଅପାରତା ପଦାରେ ପଡ଼ିଛି । ପ୍ରାୟ ମାସେ ତଳର ଏକ ଦନ୍ତା ହାତୀର ଗଳିତ ଶବକୁ ବିଭାଗୀୟ ସ୍ୱତନ୍ତ୍ର ଦାୟିତ୍ୱ ବଳ(ସ୍ପେସିଆଲ ଟାସ୍କ ଫୋର୍ସ) ବଡ଼ମ୍ବା ବନାଞ୍ଚଳରୁ ଗୁରୁବାର ଉଦ୍ଧାର କରଛନ୍ତି। ଏନେଇ ତନାଘନା ତଦନ୍ତ ଜାରି ରଖିଛନ୍ତି । ହେଲେ ଆଶ୍ଚର୍ଯ୍ୟର ବିଷୟ ଏଭଳି ସମ୍ବେଦନଶୀଳ ଘଟଣା ସଂକ୍ରାନ୍ତରେ ସ୍ଥାନୀୟ ବନ ବିଭାଗ ପୂର୍ବରୁ ଟେର ପାଇନଥିବା ବିଭାଗୀୟ ଅଧିକାରୀଙ୍କୁ ପଚାରିବାରେ ଜଣାଯାଇଛି। ଘଟଣାରୁ ପ୍ରକାଶ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଗୁରବାର ବିଭାଗୀୟ ଏସଟିଏଫ୍ ଦଳର ଏକ ସ୍ୱତନ୍ତ୍ର ସ୍କ୍ୱାଡ ବଡ଼ମ୍ବା ବନାଞ୍ଚଳରେ ଏକ ଦନ୍ତାହାତୀ ମରିଥିବା ତଦନ୍ତ ପାଇଁ ଆସିଥିଲେ। ଏହି ଅନୁଧ୍ୟାନକାରୀ ଦଳ ବନାଞ୍ଚଳ ଅନ୍ତର୍ଗତ ଖାରୋଡ଼ ନିକଟସ୍ଥ ଚନ୍ଦ୍ରଗିରୀ ସଂରକ୍ଷିତ ଜଙ୍ଗଲ ଯାଇ ତନାଘନା କରିଥିଲେ । ତଦନ୍ତ ସମୟରେ ସେହି ଜଙ୍ଗଲ ନିକଟସ୍ଥ ଏକ ପଡ଼ିଆ ଜମିରେ ହାତୀ ମରାଯାଇ ପୋତାଯାଇଥିବା ଏକ ସ୍ଥାନ ସନ୍ଦେହ ହେବାରୁ ତାକୁ ଖୋଳା ଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସଂପୃକ୍ତ ସନ୍ଦିଗ୍ଧ ସ୍ଥାନ ଖୋଳା ଯିବା ପରେ ସେଠାରୁ ଏକ ଗଳିତ ଦନ୍ତାହାତୀର ଅସ୍ଥି ମଜ୍ଜା ମିଳିଥିଲା। ପରେ ପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଏହାର ବ୍ୟବଛେଦ ହେବାସହ ଅଧିକ ପରୀକ୍ଷା ନିରୀକ୍ଷା ଲାଗି ହାତୀର ଆବଶ୍ୟକ ଅଙ୍ଗପ୍ରତ୍ୟଙ୍ଗ ଫରେନସିକ ଲ୍ୟାବକୁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା।

ତେବେ ଏହି ଘଟଣାକୁ ନେଇ ତଦନ୍ତରେ ଆସିଥିବା ଏସଟିଏଫ୍ ଅଧିକାରୀ ବିଳାସିନୀ ନାୟକଙ୍କୁ ପଚରାଯିବାରେ ହାତୀର ବ୍ୟବଛେଦ ରିପୋର୍ଟ ନେଇ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିବା ବେଳେ ଉପସ୍ଥିତ ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ଏହି ଘଟଣା ସମ୍ପର୍କରେ ପୂର୍ବରୁ ଅବଗତ ନଥିବା କହିଥିଲେ । ହାତୀ ମୃତ୍ୟୁ ନେଇ ବିଭାଗୀୟ ଅବହେଳା ଗୋଟିଏ ପକ୍ଷରେ ସ୍ପଷ୍ଟ ହୋଇଥିବା ବେଳେ ଏହାକୁ କିଏ କେବେ ହତ୍ୟା କରି ଏହାର ଦାନ୍ତ ଲୁଟି ନେଇଛନ୍ତି ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହେଉଛି । ଅପରପକ୍ଷରେ ଏହି ଘଟଣା ଜାଣିପାରି ଘଟଣାସ୍ଥଳରେ ପହଞ୍ଚିଥିବା ଭୁବନେଶ୍ୱରସ୍ଥ ଆନିମଲ ୱେଲଫେଆର ଟ୍ରଷ୍ଟ ସ୍ୱେଛାସେବୀ ସଂସ୍ଥାର ସଦସ୍ୟ ସୁଭେନ୍ଦୁ ମଲ୍ଲିକ ଓ ପୁରବୀ ପାତ୍ର ଘଟଣାରେ ଆଶ୍ଚର୍ଯ୍ୟ ପ୍ରକାଶ କରିବାସହ ଏଥିରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ଗିରଫଦାରୀ ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେମାନେ ବନଖଣ୍ଡ ଅଧିକାରୀଙ୍କୁ ଏହି ଅବସରରେ କହିଥିଲେ ଯେ ହାତୀ ଭଳି ଏକ ବିରାଟକାୟ ବନ୍ୟପ୍ରାଣୀର ଅପମୃତ୍ୟୁରେ କେବଳ ଯେ ତଳିଆ କର୍ମଚାରୀଙ୍କ ନିଲମ୍ବନ ଯଥେଷ୍ଟ ନୁହେଁ ବରଂ ଏଥିରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୁଳକ ଦଣ୍ଡ ଆଶା କରାଯାଏ । ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ତଥା ଘଟଣାର ମାଜିଷ୍ଟ୍ରେଟ ଦାୟିତ୍ୱ ନିର୍ବାହ କରିଥିବା ତପନ କୁମାର ପରିଡ଼ା, ସ୍ଥାନୀୟ ମୁଖ୍ୟ ପ୍ରାଣୀ ଚିକିତ୍ସକ ମଧୁସୂଦନ ଦାସ, ସହକାରୀ ଚିକିତ୍ସକ ନିହାରରଞ୍ଜନ ମିଶ୍ର, ବଡ଼ମ୍ବା ବନାଞ୍ଚଳ ଅଧିକାରୀ ସୁରେଶ କୁମାର ଷଡ଼ଙ୍ଗୀ ପ୍ରମୁଖ ଘଟଣାସ୍ଥଳରେ ତଦନ୍ତ ସମୟରେ ଉପସ୍ଥିତ ଥିଲେ। ଗଳିତ ଦନ୍ତା ହାତୀର ଅସ୍ଥି ସମେତ ବାମପାଖ କଳ ଦାନ୍ତର ମୂଳ ଅଂଶ ଜବତ କରାଯାଇଥିବା ବେଳେ ଦାନ୍ତ ଦୁଇଟିକୁ ଦୁର୍ବୁତ୍ତ ଚୋରାଇ ନେଇଥିବା ଜଣାଯାଇଛି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories