www.samajalive.in
Friday, December 12, 2025
14.1 C
Bhubaneswar

ନିର୍ବାଚନ ଖବର ସଂଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିବ : ନିର୍ବାଚନ ଆୟୁକ୍ତ

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଖବର ସଂଗ୍ରହ ସମୟରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ପାଇଁ ନିର୍ଦେଶନାମା ଜାରି କରିବାକୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଆଜି ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ ସାକ୍ଷାତ କରିଛନ୍ତି। ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଶ୍ରୀ ପାଢୀଙ୍କୁ ଭେଟି ଆଲୋଚନା କରିଥିଲେ। ନିର୍ବାଚନ ସମୟରେ ଖବର ସଂଗ୍ରହକୁ ନେଇ କଣାସ, ପିପିଲି, କଟକ ସଦର, ଚାନ୍ଦବାଲି ସମେତ ବିଭିନ୍ନ ଅଞ୍ଚଳରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଛି। ଏହାସହ ଖବର ସଂଗ୍ରହରେ ସ୍ଥାନୀୟ ବୁଥ୍ ଅଧିକାରୀ ଓ ପୁଲିସ ପକ୍ଷରୁ ବିରୋଧ କରାଯାଉଥିବା ଚିତ୍ର ସାମ୍ନାକୁ ଆସିଛି। ଏପରିକି ଚାନ୍ଦବାଲିସ୍ଥିତ ବୁଥ ଦାୟିତ୍ୱରେ ଥିବା ଅଧିକାରୀ ଖବର ସଂଗ୍ରହ ପାଇଁ ନିର୍ବାଚନ ଆୟୁକ୍ତଙ୍କ ଅନୁମତି ପତ୍ର ଲୋଡ଼ିବା ସାମ୍ବାଦିକଙ୍କ ଅଧିକାର ପ୍ରତି ଆହ୍ୱାନ ସୃଷ୍ଟି କରିଛି ବୋଲି ଏହି ପ୍ରତିନିଧି ଦଳ ନିର୍ବାଚନ ଆୟୋଗ ଶ୍ରୀ ପାଢ଼ୀଙ୍କ ନିକଟରେ ଅଭିଯୋଗ କରିଥିଲେ। ନିର୍ବାଚନ ଆୟୁକ୍ତ ସମସ୍ତ ଅଭିଯୋଗ ଧୈର୍ଯ୍ୟର ସହ ଶୁଣିଥିଲେ। ଏହି ଅବସରରେ ଶ୍ରୀ ପାଢ଼ି କହିଥିଲେ ଯେ ନିର୍ବାଚନ ଖବର ସଂଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧଙ୍କ ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିବ। ଖବର ସଂଗ୍ରହ ସମୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ବରଦାସ୍ତ କରାଯିବ ନାହିଁ। ଯଦି ସେଭଳି କୌଣସି ଘଟଣା ନଜରକୁ ଆସେ, ତାହେଲେ ସେମାନଙ୍କ ବିରୁଦ୍ଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ପାଢୀ ପ୍ରକାଶ କରିଥିଲେ। ଏହି ଆଲୋଚନା ସମୟରେ ନିର୍ବାଚନ ଆୟୁକ୍ତଙ୍କ ସଚିବ ରବିନାରାୟଣ ସାହୁ ଓ ଉପ ସଚିବ ଆଜାଦହିନ୍ଦ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ। ସଂଘ ପକ୍ଷରୁ ଏହି ଆଲୋଚନା ବେଳେ ଜାତୀୟ ପରିଷଦ ସଦସ୍ୟ ବୈଷ୍ଣବ ଚରଣ ଜେନା, ପପୁ ମହାନ୍ତି, ସନତ ମିଶ୍ର, ପ୍ରଦ୍ୟୁମ୍ନ ମହାନ୍ତି, ଅଶୋକ ସାହୁ, ସଂଘର ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ, କୋଷାଧ୍ୟକ୍ଷ ରାଜନେ ଚୌଧୁରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲିଙ୍ଗରାଜ ସାହୁ, ଭୁବନେଶ୍ୱର ଜିଲା ସଭାପତି ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

Related Articles

Popular Categories