www.samajalive.in
Friday, December 12, 2025
23.1 C
Bhubaneswar

ରୋହିତ ଶର୍ମା ଭାରତୀୟ ଟେଷ୍ଟ ଅଧିନାୟକ ନିଯୁକ୍ତ, ଯଶପ୍ରିତ ବୁମରା ଉପଅଧିନାୟକ

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ତାରକା ଖେଳାଳୀ ରୋହିତ ଶର୍ମାଙ୍କୁ ମିଳିଛି ଆଉ ଏକ ଦାୟିତ୍ବ। ଭାରତୀୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ହେବା ପରେ ଏବେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜର ଅଧିନାୟକ ଭାବେ ତାଙ୍କୁ ଦିଆଯାଇଛି ନିଯୁକ୍ତି। ଏଥିନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।
ଗତ ମାସରେ ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିବା ପରେ ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଆଜି ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଛି। ଏଥିରେ ରୋହିତଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। ରୋହିତ ଶର୍ମାଙ୍କୁ ଏହି ଦାୟିତ୍ବ ମିଳିବ ବୋଲି ପୂର୍ବରୁ ଆଶା କରାଯାଉଥିଲା। ଏହାପୂର୍ବରୁ ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇସାରିଛି। ଚଳିତ ​‌ୱେଷ୍ଟଇଣ୍ଡିଜ ବିପକ୍ଷ ସିରଜରେ ସେ ଭାରତୀୟ ଦଳର ନେତୃତ୍ବ ନେଉଛନ୍ତି।

ଆଜି ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଛି। ଏଥିରେ ଭାରତୀୟ ଟେଷ୍ଟ ଦଳରୁ ଅଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା, ଋଦ୍ଧିମାନ ଶାହା ଓ ଇଶାନ୍ତ ଶର୍ମାଙ୍କୁ ବାଦ ଦିଆଯାଇଛି। ଋଦ୍ଧିମାନଙ୍କ ସ୍ଥାନରେ କେଏସ ଭରତଙ୍କୁ ବିକଳ୍ପ ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ନିଆଯାଇଛି । ସେହିପରି ସ୍ପିନର ସୌରଭ କୁମାରଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ଦ୍ରୁତ ବୋଲର ଯଶପ୍ରିତ ବୁମରାଙ୍କୁ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି ।
ଆହତ ଜନିତ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଖେଳୁନଥିବା ରବୀନ୍ଦ୍ର ଜାଦେଜା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ସ୍ପିନର ଆର.ଅଶ୍ବୀନ ଫିଟନେସ ଟେଷ୍ଟ ପାଶ କରିବା ପରେ ହିଁ ଦଳକୁ ଫେରିପାରିବେ ବୋଲି କୁହାଯାଇଛି।

- Advertisement -

 

ଭାରତୀୟ ଟେଷ୍ଟ ଦଳ : ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପାଞ୍ଚଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଶୁଭମନ ଗିଲ, ଋଷଭ ପନ୍ତ, କେ.ଏସ୍ ଭରତ, ଆର. ଅଶ୍ୱିନ୍ (ଫିଟନେସ୍ ପାଶ କଲେ), ରବୀନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା (ଉପ ଅଧିନାୟକ), ମହମ୍ମଦ ସମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୌରଭ କୁମାର।

ଭାରତୀୟ ଟି-୨୦ ଦଳ : ରୋହିତ ଶର୍ମା, ଋତୁରାଜ ଗାଇକ୍ବାଡ, ଇଶାନ କିଷନ, ସୂର୍ୟ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ ଆୟର, ଦୀପକ ହୁଡା, ଯଶପ୍ରୀତ ବୁମରା, ଭୁବନେଶ୍ବର କୁମାର, ଦୀପକ ଚହର, ହର୍ଷଲ ପଟେଲ, ମହମ୍ମଦ ସିରାଜ, ସଂଜୁ ସାମସନ, କୁଲଦୀପ ଯାଦବ, ଆଭେଶ ଖାଁ ।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories