ଆଦର୍ଶ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ ଦାଦ୍ରା ଓ ନଗର ହାଭେଲି, ଦିଉ ଓ ଦାମନ: ପ୍ରଧାନମନ୍ତ୍ରୀ ମୋଦୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାଦରା ଏବଂ ନଗର ହାଭେଲି, ଦିଉ ଏବଂ ଦାମନକୁ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଯୋଗାଯୋଗ ବୃଦ୍ଧି ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ପର୍ଯ୍ୟଟନ ସହିତ ଏକ ମଡେଲ କେନ୍ଦ୍ର ଶାସିତ ଅଞ୍ଚଳରେ ବିକଶିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସିଲଭାସାରେ ଏକ ଜନସମାବେଶକୁ ସମ୍ବୋଧିତ କରି ସେ ସାମାଜିକ ସୁରକ୍ଷା ଯୋଜନା ଏବଂ ଶିଳ୍ପ ବିକାଶରେ ଏହି ଅଞ୍ଚଳର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ, ଯାହା ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ଏବଂ ଆଦିବାସୀ ଜନସଂଖ୍ୟାକୁ ସଶକ୍ତ କରିଛି।
୪୫୦ ଶଯ୍ୟା ବିଶିଷ୍ଟ ନମୋ ହସ୍ପିଟାଲର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବା ସହ ରାସ୍ତା, ସ୍କୁଲ, ସ୍ୱାସ୍ଥ୍ୟ ସେବା ଓ ଜଳ ଭିତ୍ତିଭୂମିକୁ ଅନ୍ତର୍ଭୁକ୍ତ କରି ୨ ହଜାର ୫୮୭ କୋଟି ଟଙ୍କାର ୬୨ଟି ପ୍ରକଳ୍ପର ସେ ଶିଳାନ୍ୟାସ କରିଥିଲେ। ଏହି ଅଞ୍ଚଳର ଶିଳ୍ପ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାରେ ମିଶନ ମାନୁଫାକ୍ଚରିଂର ଭୂମିକା ଉପରେ ମଧ୍ୟ ମୋଦୀ ଗୁରୁତ୍ୱାରୋପ କରିଥିଲେ।
ଏହାପରେ ସେ ସୁରଟ ଯାଇ ସୁରଟ ଖାଦ୍ୟ ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ୨ ଲକ୍ଷ ଲୋକ ଉପକୃତ ହେବେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆସନ୍ତାକାଲି ସେ ନବସାରୀଠାରେ ଆୟୋଜିତ ‘ଲକ୍ଷପତି ଦିଦି ସମ୍ମିଳନୀ’ରେ ଯୋଗ ଦେବେ, ଯେଉଁଠାରେ ସେ ସ୍ୱୟଂ ସହାୟକ ଗୋଷ୍ଠୀର ୨.୫ ଲକ୍ଷ ମହିଳାଙ୍କୁ ୪୫୦ କୋଟି ଟଙ୍କା ସହାୟତା ପ୍ରଦାନ କରିବେ।
Comments are closed.