www.samajalive.in
Monday, December 8, 2025
13.1 C
Bhubaneswar

ଅଧିକ ଟୁଥ୍‌ପେଷ୍ଟର ବ୍ୟବହାର ହୋଇପାରେ କ୍ଷତିକାରକ

ସକାଳେ ଓ ରାତିରେ ଶୋଇବା ପୂର୍ବରୁ ସମସ୍ତେ ବ୍ରଶ କରିଥାଆନ୍ତି। ବ୍ରଶ କରିବା ପାଇଁ ପେଷ୍ଟର ବ୍ୟବହାର କରିଥାଆନ୍ତି। ଏହାଦ୍ବାରା ଦାନ୍ତ ସଫା ରହିଥାଏ। କିନ୍ତୁ ଅଧିକ ପେଷ୍ଟର ବ୍ୟବହାର କରିବା ଦ୍ବାରା ଦାନ୍ତ ଉପରେ ଖରାପ ପ୍ରଭାବ ପଡିଥାଏ। ତେଣୁ ସଠିକ ମାତ୍ରାରେ ପେଷ୍ଟର ବ୍ୟବହାର କରିବା ଦ୍ବାରା ମୁହଁ ଓ ଦାନ୍ତ ଭଲ ରହିଥାଏ।

ବୟସ୍କଙ୍କ ଅପେକ୍ଷା ପିଲାମାନଙ୍କୁ ଅଧିକ ପେଷ୍ଟର ଖରାପ ପ୍ରଭାବ ପଡିଥାଏ। ପେଷ୍ଟରେ ଥିବା ଫ୍ଲୋରାଇଡ ଦାନ୍ତକୁ ମଜଭୁତ କରିଥାଏ। ଏହା ଦାନ୍ତରୁ ମଇଳା ସଫା କରିବା ସହ ଜୀବାଣୁ ଓ କୀଟାଣୁ ନଷ୍ଟ କରିଥାଏ।

- Advertisement -

ଛୋଟ ପିଲାଙ୍କ ପାଇଁ ପେଷ୍ଟରେ ଥିବା ଫ୍ଲୋରାଇଡ ଅଧିକ କ୍ଷତିକାରକ ହୋଇଥାଏ। ତେଣୁ ପିଲାମାନେ ସର୍ବଦା କମ ମାତ୍ରାରେ ପେଷ୍ଟର ବ୍ୟବହାର କରିବା ଉଚିତ। ଏହାସହ ପିଲାମାନଙ୍କ ପାଇଁ ବଜାରରେ ମିଳୁଥିବା ବିଶେଷ ପ୍ରକାରର ପେଷ୍ଟ କିଣି ବ୍ୟବହାର କରିବା ଉଚିତ।

ଅଧିକ ବ୍ୟକ୍ତି ଭାବି ଥାଆନ୍ତି ଯେ, ଅଧିକ ପେଷ୍ଟ ବ୍ୟବହାର କରି ଅଧିକ ଫେଣ କରିବା ଦ୍ବାରା ଦାନ୍ତ ଭଲ ସଫା ହୋଇଥାଏ। କିନ୍ତୁ ଏହା ଭୁଲ ଅଟେ। କାରଣ ଦାନ୍ତ ସଫା କରିବାର ମୁଖ୍ୟ କାମ ଟୁଥବ୍ରଶ କରିଥାଏ। ସଠିକ ମାତ୍ରାରେ ପେଷ୍ଟ ବ୍ୟବହାର କରିବା ଦ୍ବାରା ଠିକ ଭାବେ ଜୀବାଣୁ ନଷ୍ଟ ହୋଇଥାଏ। ଏହାସହ ପାଟିରେ କିଛି ଖରାପ ପ୍ରଭାବ ପଡି ନ ଥାଏ।

 

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories