www.samajalive.in
Wednesday, December 10, 2025
15.1 C
Bhubaneswar

ମୋଦୀଙ୍କ ଶପଥ ପାଠ ଉତ୍ସବରେ ବିଦେଶୀ ଅତିଥିଙ୍କ ଲାଗି ସ୍ବତନ୍ତ୍ର ବ୍ୟଞ୍ଜନ ‘ଡାଲ ରାଇସିନା’

ଗୁରୁବାର ନରେନ୍ଦ୍ର ମୋଦୀ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ମୋଦୀଙ୍କ ଏହି ଶପଥ ଗ୍ରହଣ ଉତ୍ସବରେ ଦେଶ ବିଦେଶରୁ ପ୍ରାୟ ୮ ହଜାର ଅତିଥି ଯୋଗ ଦେବେ । ବିଦେଶୀ ଅତିଥିମାନଙ୍କ ପାଇଁ ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ଭବନର ଏକ ସ୍ବତନ୍ତ୍ର ବ୍ୟଞ୍ଜନ ‘ଡାଲ ରାଇସିନା’ ବିଦେଶୀ ଅତିଥିଙ୍କୁ ରାତ୍ରି ଭୋଜନ ସମୟରେ ପରଷା ଯିବ । ଏହି ‘ଡାଲ ରାଇସିନା’ ପ୍ରସ୍ତୁତ କରିବାକୁ ୬ରୁ ୭ ଘଣ୍ଟା ସମୟ ଲାଗିଥାଏ ବୋଲି ରାଷ୍ଟପତି ଭବନର ମୁଖପାତ୍ର ଅଶୋକ ମାଲିକ କହିଛନ୍ତି । ଆଜି ଆମେ ଆପଣକୁ ଜଣାଇବୁ ‘ଡାଲ ରାଇସିନା’ ପ୍ରସ୍ତୁତ ପ୍ରଣାଳୀ ।

pic courtesy India TV

ଆବଶ୍ୟକାୟ ପ୍ରଣାଳୀ : ଅଧା କପ୍ ସିଝା ହରଡ ଡାଲି,୧/୨ ଚାମଚ ଜୀରା, ଗୋଟିଏ ପିଆଜ, ଏକ ବଡ ଚାମଚ ଛେଚା ଅଦା, ଏକ ବଡ ଚାମଚ ଛେଚା ରସୁଣ, ୨ରୁ ୩ଟି କଞ୍ଚା ଲଙ୍କା, ଗୋଟିଏ କଟା ଟମାଟୋ ଏବଂ ଏକ ଛୋଟ ଗିନା ଟମାଟୋ ପ୍ୟୁରୀ, ଏକ ଛୋଟ ଚାମଚ ଜୀରା ପାଉଡର, ଏକ ଛୋଟ ଚାମଚ ଧନିଆ ପାଉଡର, ଏକ ଛୋଟ ଚାମଚ ଗରମ ମସଲା, ଏକ ଛୋଟ ଚାମଚ ହଳଦୀ, ଏକ ଛୋଟ ଚାମଚ କସ୍ତୁରୀ ମେଥି, ଏକ ବଡ ଚାମଚ କ୍ରିମ୍, ଏକ ବଡ ଚାମଚ ଧନିଆ ପତ୍ର, ୨ଟି ଛୋଟ ଚାମଚ ତେଲ , ଏକ ବଡ ଚାମଚ ବଟର, ସ୍ବାଦ ଅନୁଯାୟୀ ଲୁଣ ଓ ପାଣି ଆବଶ୍ୟକୀୟ ଅନୁଯାୟୀ ।

- Advertisement -

ପ୍ରସ୍ତୁତ ପ୍ରଣାଳୀ : ମଧ୍ୟମ ଆଞ୍ଚରେ ଏକ ପ୍ୟାନ ବସାଇ ଏକ ଚାମଚ ତେଲ ଓ ବଟର ପକାଇ ଗରମ କରନ୍ତୁ । ତେଲ ଓ ଲହୁଣୀ ଗରମ ହେବା ପରେ ଜୀରା ପକାନ୍ତୁ । ପରେ ସେଥିରେ ପିଆଜ, ଅଦା ଓ ରସୁଣ ପକାଇ ଭାଜନ୍ତୁ । ପିଆଜ ଅଳ୍ପ ହୋଇଗଲେ ସେଥିରେ କଟା ଟମାଟୋ ଓ ଅଳ୍ପ ଲୁଣ ପକାଇ ଭାଜନ୍ତୁ । ସେଥିରେ ଅଳ୍ପ ଟିକେ ପାଣି ଦେଇ ଦେବେ, ଯେମିତି ମସଲା ପ୍ୟାନରେ ଲାଗିବନି । ମସଲାରୁ ତେଲ ବାହାରିବା ପରେ ସେଥିରେ ଟମାଟୋ ପୁରୀ, ହଳଦି, ଧନିଆ ପାଉଡର, ଜୀରା ପାଉଡର, ଗରମ ମସଲା ଏବଂ କଞ୍ଚା ଲଙ୍କା ପକାଇ ୫ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ ।

୫ ମିନିଟ୍ ପରେ ସିଝା ଡାଲି ପକାଇ ମିଶାଇ ଦିଅନ୍ତୁ । ପରେ ସେଥିରେ ପାଣି ଦେଇ ୧୦ ମିନିଟ୍ ପର୍ଯ୍ୟନ୍ତ ଢାଙ୍କୁଳି ଘୋଡାଇ ଛାଡି ଦିଅନ୍ତୁ । ୧୦ ମିନିଟ୍ ପରେ ସେଥିରେ କସ୍ତୁରୀ ମେଥୀ, କଟା ଧନିଆ ପତ୍ର ଓ କ୍ରିମ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ୨ ମିନିଟ୍ ପର୍ଯ୍ୟନ୍ତ ପରେ ଆଞ୍ଚ ବନ୍ଦ କରି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ‘ଡାଲ ରାଇସିନା’ ।

ସୂଚନା

ଡାଲିକୁ ସିଝାଇବା ପୂର୍ବରୁ କିଛି ସମୟ ପାଣିରେ ବତୁରାଇ ରଅନ୍ତୁ ।
ସିଝାଇବା ସମୟରେ ତେଜ ପତ୍ର ପକାଇବାକୁ ଭୁଲନ୍ତୁ ନାହିଁ ।
ପାଣି ଅଧିକ ଦିଅନ୍ତୁ ନାହିଁ, ଡାଲି ମୋଟାଳିଆ ରହିବା ଆବଶ୍ୟକ ।
ତେଲ ଓ ଲହୁଣୀ ଡାଲିର ସ୍ବାଦକୁ ଦୁଇ ଗୁଣ କରିଥାଏ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories