www.samajalive.in
Friday, December 5, 2025
23.1 C
Bhubaneswar

ସାବଧାନ! ଗର୍ଭାବସ୍ଥାରେ ସ୍ମାର୍ଟଫୋନର ବହୁଳ ବ୍ୟବହାର ହୋଇପାରେ ଗର୍ଭପାତର କାରଣ

ଆଜିକାଲି ସ୍ମାର୍ଟଫୋନ୍, ଲ୍ୟାପଟପ୍ ଓ ବ୍ଲୁଟୁଥ୍ ଆଦି ସୂଚନାପ୍ରଯୁକ୍ତି ଉତ୍ପାଦର ବହୁଳ ବ୍ୟବହାର ହେଉଛି। ଏହାବିନା ଦୈନିକ ଜୀବନଯାପନ ଅସମ୍ଭବ କହିଲେ ଅତ୍ୟୁକ୍ତି ହେବନାହିଁ। ହେଲେ ଖୁବ୍ କମ୍ ଲୋକେ ଏବିଷୟରେ ଜାଣନ୍ତି ଯେ ଏଗୁଡ଼ିକର ବହୁଳ ବ୍ୟବହାର ଆମ ସ୍ବାସ୍ଥ୍ୟ ପ୍ରତି ହାନିକାରକ ସାବ୍ୟସ୍ତ ହୋଇପାରେ। ବିଶେଷ କରି ଗର୍ଭବତୀ ମହିଳାଙ୍କ ଉପରେ ଏହା ଅଧିକ ପ୍ରଭାବ ପକାଇଥାଏ। ସୂଚନାପ୍ରଯୁକ୍ତି ଉତ୍ପାଦରୁ ବିକିରଣ ହେଉଥିବା ତରଙ୍ଗ ଗର୍ଭ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି।

ଗବେଷଣାରୁ ଜଣାପଡ଼ିଛି ଯେ, ସ୍ମାର୍ଟଫୋନର ବହୁଳ ବ୍ୟବହାର ଯୋଗୁଁ ଗର୍ଭପାତ ସମସ୍ୟା ବୃଦ୍ଧି ପାଉଛି। ଗବେଷକଙ୍କ କହିବା ଅନୁସାରେ, ଗର୍ଭାବସ୍ଥାରେ ସ୍ମାର୍ଟଫୋନ୍ର ବ୍ୟବହାର ଦ୍ୱାରା ଗର୍ଭପାତ ସମସ୍ୟା ମଧ୍ୟ ଦେଖା ଦେଇଥାଏ।କିଛି ଗର୍ଭବତୀ ମହିଳାଙ୍କୁ ନେଇ କରାଯାଇଥିବା ଏହି ଗବେଷଣାରୁ ଜଣାପଡିଥିଲା ଅଧିକ ସମୟ ଏସବୁ ଉତ୍ପାଦ ସହିତ ଜଡିତ ରହୁଥିବା ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଭୃଣ ଉପରେ ନନ୍-ଆୟୋନାଇଜିଂ ବିକିରଣର ପ୍ରଭାବ ପଡିଥାଏ। ଦିନରେ ୩ରୁ ୪ ଘଣ୍ଟା ସୂଚନା ପ୍ରଯୁକ୍ତି ଉତ୍ପାଦ ସହିତ ଜଡିତ ରହୁଥିବା ଗର୍ଭବତୀ ମାଆ ମାନଙ୍କ ଉପରେ ମଧ୍ୟ ଏହାର ଖରାପ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଗର୍ଭାବସ୍ଥାରେ ଏଭଳି ସ୍ଥିତିଠାରୁ ଦୂରେଇ ରହିବା ଉଚିତ୍। ଅଧିକ ସମୟଧରି ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ମହିଳା ମାନଙ୍କର ଯଦି ବା ଗର୍ଭପାତ ନହୁଏ ତେବେ ପରବର୍ତ୍ତୀ ସମୟରେ ଜନ୍ମ ନେଉଥିବା ଶିଶୁଠାରେ ମାନସିକ ବିକୃତି ଦେଖାଯିବାର ଆଶଙ୍କା ରହିଥାଏ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories