ବାଇଡେନ୍ଙ୍କ ଠାରୁ ଆଗୁଆ ଭାରତୀୟ ନିକି ହାଲି ହେଲେ ଟ୍ରମ୍ପଙ୍କ ଠାରୁ ପଛରେ
ନ୍ୟୁୟର୍କ -ଆମେରିକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ବଂଶୋଦ୍ଭବ ନିକି ହାଲି ଲୋକପ୍ରିୟତାରେ ରାଷ୍ଟ୍ରପତି ବାଇଡେନ୍ଙ୍କ ଠାରୁ ଆଗରେ ଅଛନ୍ତି । ଏବେ କରାଯାଇଥିବା ଜନମତ ସର୍ବେକ୍ଷଣ ବା ଓପିନିଅନ୍ ପୋଲ୍ରେ ହାଲିଙ୍କୁ ୪୫ ପ୍ରତିଶତ ମତଦାତାଙ୍କ ସମର୍ଥନ ମିଳିଥିବା ବେଳେ ବାଇଡେନ୍ଙ୍କୁ ୪୧ ପ୍ରତିଶତ ମତଦାତା ସମର୍ଥନ କରିଛନ୍ତି ।
ଆମେରିକାରରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ ହେଲାଣି । ଏବେ ପ୍ରାର୍ଥୀମାନେ ନିଜ ସପକ୍ଷରେ ପ୍ରଚାର ଆରମ୍ଭ କରିଛନ୍ତି । ଗତ ଶୁକ୍ରବାରରେ କରାଯାଇଥିବା ଓପିନିଅନ୍ ପୋଲ୍ରେ ନିକି ହାଲି ରାଷ୍ଟ୍ରପତି ଜୋଏ ବାଇଡେନ୍ଙ୍କ ଠାରୁ ଲୋକପ୍ରିୟତାରେ ଆଗୁଆ ଅଛନ୍ତି । ହେଲେ ଟ୍ରମ୍ପଙ୍କ ଲୋକ ପ୍ରିୟତା ତାଙ୍କ ଠାରୁ ବି ଅଧିକ ଥିବା କଥା କୁହାଯାଉଛି ।
ରାସମୁସେନ୍ ନାମକ ସଂସ୍ଥା ପକ୍ଷରୁ ଟେଲିଫୋନ୍ ଏବଂ ଅନ୍ଲାଇନ୍ ସର୍ବେକ୍ଷଣ କରାଯାଇଥିଲା ।
Comments are closed.